ହାତୀ ହାବୁଡ଼ରେ ପଡ଼ି ଛେଳି ଚରାଇ ଯାଇଥିବା ବୃଦ୍ଧା ମୃତ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅନ୍ତର୍ଗତ ମହାବିରୋଡ଼ ରେଞ୍ଜ୍ ଅଞ୍ଚଳର ଡମୋଳ ଗାଁରେ ହାତୀ ହାବୁଡ଼ରେ ପଡ଼ି ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି। ମୃତା ମହିଳା ହେଉଛନ୍ତି ୬୦ ବର୍ଷୀୟ ବୁଧେଈ ବେହେରା।
ଶନିବାର ଦିନ ବୁଧେଈ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରି ନ ଥିଲେ।ତାଙ୍କ ଶବ ବଡ଼କଟା ପୋଖରୀ ନିକଟରେ ପଡ଼ିଥିବା କଥା ଆଜି କେତେକ ଗ୍ରାମବାସୀ ଦେଖିବା ପରେ ତାଙ୍କ ପରିବାରକୁ ଖବର ଦେଇଥିଲେ। ଏ ସଂକ୍ରାନ୍ତରେ ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ଘଟଣାସ୍ଥଳରେ ପହଞ୍ଚିବାକୁ ବିଳମ୍ବ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଦୀର୍ଘ ଦିନ ହେବ ହାତୀମାନଙ୍କ ଯୋଗୁଁ ଏ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହେଉଛି ଓ ଲୋକେ ପ୍ରାଣ ହରାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଉଠିଥିଲେ। ପରେ ପରେ ପୁଲିସ ଓ ବନ ବିଭାଗ ସେଠାରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁ୍ଝା କରି ବୁଧେଈଙ୍କ ଶବ ବ୍ୟବଚ୍ଛେଦ କରିବାକୁ ପରଜଙ୍ଗ ଥାନାକୁ ନେଇଛନ୍ତି।
ସମ୍ପାଦନା – ମନୋରଞ୍ଜନ ମହାପାତ୍ର
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































