ଆଠଗଡରେ ବୋମା ମାଡ ଜଣେ ଗୁରୁତର ଆହତ.
ଆଠଗଡ ଥାନା ଅନ୍ତର୍ଗତ କନ୍ତୋଲ ଗ୍ରାମରେ ଆଜି ରାତ୍ର ୧୧.୩୦ ସମୟରେ ବୋମାମାଡ ହୋଇଛି ଏଥିରେ ଜଣେ ଗୁରୁତର ଆହାତ ହୋଇ ପ୍ରଥମେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ପଠା ଯାଇଛି ।ଆହାତ ଜଣକ ହେଲେ କନ୍ତୋଲ ଗ୍ରାମର ପ୍ରକାଶ ନାୟକ ଓ ବୋମାମାଡ କରିଥିବା ଯୁବକ ହେଲେ ସଞ୍ଜୟ ନାୟକ ବୋଲି ଜଣାପଡିଛି। ଖବର ପାଇଁ ଆଠଗଡ ପୋଲିସ ଏକ କମ୍ପାନୀ ପୋଲିସ ଫୋର୍ସ ସହାୟତାରେ ତଦନ୍ତ ଜାରି ରଖିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































