ତପ୍ତପାଣି ଘାଟିରେ ପିକନିକ୍ ବସ୍ ଓଲଟି ୩୫ଆହତ : ବସରେଥିବା ଯାତ୍ରୀ ରେଭେନ୍ସାର ଛାତ୍ରଛାତ୍ରୀ
ମୋହନା : ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ସୋମବାର ସନ୍ଧ୍ୟାରେ ପିକନିକ୍ ବସ୍ ଓଲଟି ୩୫ଜଣ ଆହତ ହୋଇଛନ୍ତି। ବସରେ ଥିବା ସମସ୍ତ ଯାତ୍ରୀ ରେଭେନ୍ସା ବିଶ୍ବବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ଛାତ୍ରଛାତ୍ରୀ ହୋଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ରେଭେନ୍ସା ବିଶ୍ବବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ୫୫ ଜଣ ଛାତ୍ରଛାତ୍ରୀ ଆଜି ଗଞ୍ଜାମ ଜିଲାରେ ଥିବା ତପ୍ତ ପାଣି ଘାଟିକୁ ପିକନିକ୍ ଯାଇଥିଲେ। ଫେରୁଥିବାବେଳେ ତପ୍ତ ପାଣି ଘାଟିର ହନୁମାନ ମନ୍ଦିର ନିକଟରେ ଗାଡ଼ିର ବ୍ରେକ ଫେଲ ହୋଇ ବସଟି ଓଲଟି ପଡ଼ିଥିଲା। ଯାହାଫଳରେ ବସରେ ଥିବା ୩୫ଜଣ ଛାତ୍ରଛାତୀ ଆହତ ହୋଇଛନ୍ତି। ଆହତ ଛାତ୍ରଛତ୍ରୀଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































