ଆଠଗଡ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟର ଦୁଇଦିନିଆ କ୍ରୀଡା ଉଦଯାପିତ
ଆଠଗଡ ଗୋପବନ୍ଧୁ ଯୁକ୍ତ 3 ଡିଗ୍ରୀ ମହିଳା ମହାବିଦ୍ୟାଳୟ ର ଦୁଇଦିନିଆ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି, ମହାବିଦ୍ୟାଳୟ ଅଧ୍ୟକ୍ଷା ସଂଗୀତା ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଆଠଗଡ ଉପଖଣ୍ଡ ପୋଲିସ ଅଧିକାରୀ ଆଲୋକ ରଞ୍ଜନ ରାୟ, ମୁଖ୍ୟବକ୍ତା ଭାବେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ କରାଟି ପ୍ରଶିକ୍ଷଣ ନେବାକୁ ପରାମର୍ଶ ଦେବା ସହିତ ଝିଅ ମାନେ ନିଜେ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ,ଏତଦବ୍ୟତୀତ ଛାତ୍ରୀ ମାନେ ଗାଡି ଚଳାଇଲା ବେଳେ ହେଲମେଟ ପିନ୍ଧିବାକୁ ଅନୁରୋଧ କରିଥିଲେ ଶ୍ରୀ ରାୟ, ଏହି ସଭାରେ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ କନିଷ୍ଠ ବିଭାଗର ଅଧ୍ୟାପିକା ସ୍ନେହଲତା ତ୍ରିପାଠୀ ସଂମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବରିଷ୍ଠ ଅଧ୍ୟାପିକା ବବିତା ସାହୁ,ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା ଉତ୍ସବରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ପୁରସ୍କୃତ କରିଥି…


Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































