ଫେବୃଆରୀ ପ୍ରଥମ ସପ୍ତାହରେ ବିଧାନସଭା ଅଧିବେଶନ
ଭୁବନେଶ୍ବର: ଫେବୃଆରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ୨୦୨୦ ମସିହାର ପ୍ରଥମ ବିଧାନସଭା ଅଧିବେଶନ। ନୂତନ ବର୍ଷର ଏହା ପ୍ରଥମ ଅଧିବେଶନ ରହିଥିବାରୁ ଭାରତୀୟ ସମ୍ବିଧାନର ଧାରା ୧୭୬ ଅନ୍ତର୍ଗତ ଉପଧାରା(୧) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ପ୍ରଦାନ କରିବେ।
ରାଜ୍ୟପାଳ ତାଙ୍କ ଅଭିଭାଷଣରେ ୨୦୧୯ ବର୍ଷର ରାଜ୍ୟସରକାରଙ୍କ ସଫଳତା ଏବଂ ୨୦୨୦ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ନୀତି ଓ ଆଭିମୁଖ୍ୟ ବିଷୟରେ କହିବେ। ରାଜ୍ୟପାଳଙ୍କୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସେମାନଙ୍କ ୨୦୧୯ ବର୍ଷର ସଫଳତା ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ରଖିଥିବା ଲକ୍ଷ୍ୟ,ନୀତି ଓ ଆଭିମୁଖ୍ୟ ସମ୍ବଳିତ ଏକ ରିପୋର୍ଟ ଦେବାକୁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି। ୨୦୨୦ ଜାନୁଆରୀ ୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସଂସଦୀୟ ବ୍ୟାପାର ବିଭାଗର ସଚିବ ଜି.ମାଥିଭାଥନନ୍ କହିଛନ୍ତି
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































