୩ଦିନ ମଧ୍ୟରେ ବନ୍ଦ ହୋଇପାରେ ଆପଣଙ୍କ ପ୍ୟାନ୍ ଓ ଏଟିଏମ୍ କାର୍ଡ!
ନୂଆଦିଲ୍ଲୀ: ଆଉ ମାତ୍ର ୩ଦିନ ପରେ ଶେଷ ହେବାକୁ ଯାଉଛି ୨୦୧୯। ତେବେ ବର୍ଷ ଶେଷ ସୁଦ୍ଧା ତଥା ଡିସେମ୍ବର ୩୧ସୁଦ୍ଧା ଆପଣଙ୍କ ପ୍ୟାନ୍ ଓ ଏଟିଏମ୍ କାର୍ଡ ବନ୍ଦ ହେବାର ସମ୍ଭାବନା ରହିଛି। ପ୍ୟାନ୍ ଓ ଏଟିଏମ୍ କାର୍ଡରେ ଯେଉଁ ସବୁ ପରିବର୍ତ୍ତନ ଆଣିବା ପାଇଁ ପୂର୍ବରୁ ସୂଚନା ଦିଆଯାଇଥିଲା, ଯଦି ଆପଣ ତାହା ନ କରିଛନ୍ତି, ତେବେ ଆପଣଙ୍କ ଏହି ଦୁଇ କାର୍ଡ କାମ କରିବା ବନ୍ଦ କରିଦେବ।
ଯଦି ଆପଣଙ୍କ ପାଖରେ ଏସବିଆଇର ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ଥିବା ପୁରୁଣା ଏଟିଏମ୍ କାର୍ଡ ରହିଛି, ତେବେ ଡିସେମ୍ବର ୩୧ସୁଦ୍ଧା ଏହାକୁ ବଦଳାଇ ନିଅନ୍ତୁ। ଯଦି ଆପଣ ଏଭଳି ନ କରୁଛନ୍ତି, ତେବେ ଆପଣଙ୍କ ଏଟିଏମ୍ କାର୍ଡ କାମ କରିବ ନାହିଁ। ପୂର୍ବରୁ ଏସବିଆଇ ପକ୍ଷରୁ ଏ ନେଇ ନିଜ ଗ୍ରାହାକଙ୍କୁ ସୂଚନା ଦିଆଯାଇଥିବା ବେଳେ ଡିସେମ୍ବର ୩୧, ୨୦୧୯ ସୁଦ୍ଧା ବଦଳାଇ ଦେବା ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଯଦି ଆପଣ ବଦଳାଇ ନାହାନ୍ତି, ତେବେ ଆପଣ ମାଗଣାରେ ପାଖ ବ୍ୟାଙ୍କକୁ ଯାଇ ବା ଅନଲାଇନ ଜରିଆରେ ନିଜ କାର୍ଡକୁ ବଦଳାଇ ପାରିବେ।

ସେହିଭଳି ଭାବରେ ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ୍ କରାଇବା ପାଇଁ ଡିସେମ୍ବର ୩୧, ୨୦୧୯ର ସମୟ ଧାର୍ଯ୍ୟ କରାଯାଇଥିଲା। ଯଦି ଆପଣ ନିଜର ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ୍ କରାଇ ନାହାନ୍ତି, ତେବେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍(ସିଭିଡିଟି) ଆପଣଙ୍କ ପ୍ୟାନ୍ କାର୍ଡକୁ ଅମାନ୍ୟ ଘୋଷିତ କରିପାରେ। ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ୍ କରାଇବା ପାଇଁ ଆୟକର ବିଭାଗର ୱେବସାଇଟ୍ incometaxindiaefilling.gov.in ଯିବାକୁ ହେବ। ଯାହା ପରେ ଆପଣ ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ କରାଇ ପାରିବେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































