ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ବଡମ୍ବା ପ୍ରେସ କ୍ଲବର ନିନ୍ଦା
ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନି ଦାବି.
ବଡମ୍ବା (୨୯/୧୨/୨୦୧୯) : ବଡମ୍ବା ପ୍ରେସ କ୍ଳବ ର୍ ଏକ ବୈଠକ ରବିବାର ଦିନ ପ୍ରେସ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି, ବରିଷ୍ଠ ସାମ୍ବାଦିକ ବିରଜା ଚରଣ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ପ୍ରେସ କ୍ଳବ ର୍ ଆଇନ ପରାମର୍ଶଦାତା କୈଳାଶ ଚନ୍ଦ୍ର ଜେନା ,ସଭାପତି ସୁଜିତ ପଟ୍ଟନାୟକ, ସମ୍ପାଦକ ଦିଲୀପ ସାମନ୍ତ,ମାୟାଧର ମଲିକ,ଆର୍ତ୍ତବନ୍ଧୁ ସାହୁ,ବରଦା ଚରଣ ପଟ୍ଟନାୟକ, ମନୋଜ ନାୟକ ପ୍ରମୁଖ 20 ରୁ ଅଧିକ ସାମ୍ବାଦିକ ଯୋଗଦେଇ ନିଜନିଜର ମତାମତ ରଖିଥିଲେ, ପୂର୍ବରୁ ଥିବା ଭଟାରୀକା ପ୍ରେସ କ୍ଳବର୍ ସଦସ୍ୟ ମାନେ ବଡମ୍ବା ପ୍ରେସ କ୍ଳବରେ ମିଶିଯାଇଥିଲେ,ଶେଷରେ ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା କୁ ନିନ୍ଦା କରିବା ସହିତ ଭୁବନେଶ୍ୱର ରେ ସାମ୍ବାଦିକା ସ୍ୱାତି ଜେନା ଉପରେ ହୋଇଥିବା ଆକ୍ରମଣ ଘଟଣା କୁ ଦୃଢ଼ ନିନ୍ଦା କରାଯାଇଥିଲା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































