ମାଙ୍କଡ ପଥର ବୁହା ଚାଲିଛି, ଧରା ହେଲା ଦୁଇ ଟ୍ରକ

ଆଠଗଡ (୨୯/୧୨/୨୦୧୯) : ଆଠଗଡ, ଖୁଣ୍ଟୁଣି ଅଂଚଳରେ ଚାଲିଛି ପଥର ମାଫିଆ ମାନଙ୍କ ରାଜ,ପ୍ରତେକ ଦିନ ଆଠଗଡ ସହର ଦେଇ 20 ରୁ ଅଧିକ ଟ୍ରକ ଟ୍ରାକ୍ଟର ଯାଉଥିଲେ ମଧ୍ୟ ନା ପୋଲିସ ଧରୁଛି ନା ତହସିଲ ଅଫିସ ଧରୁଛି,ବରଂ ପଥର ମାଫିଆ ମାନେ ତହସିଲ ଅଫିସ ଓ ପୋଲିସ କୁ ଲାଞ୍ଚ ଦେଇ ପଥର ଚୋରା ଚାଲାଣ କରୁଛନ୍ତି,ଆଜି ଗୁରୁଡ଼ିଝାଟିଆ ଆର ଆଇ ଦୁଇଗୋଟି ଟ୍ରକ ରେ ପଥର ଚୋରା ଚାଲାଣ ହେଉଥିବା ବେଳେ ଧରି ଥିବାର ଜଣାପଡିଛି,ସେ ଏକା ଏକ ବାଇକ ରେ ଟ୍ରକର ପିଛା କରି ଖୁଣ୍ଟୁଣି ଥାନା ଆଗରେ ନିଜ ବାଇକ କୁ ରଖି ଟ୍ରକ ଦୁଇଟିକୁ ଧରିଥିଲେ,ପରେ ଖୁଣ୍ଟୁଣି ଥାନା ପୋଲିସ ପହଂଚି ଦୁଇଜଣ ଟ୍ରକ ଡ୍ରାଇଭର କୁ ଥାନାରେ ଅଟକ ରଖିଛନ୍ତି, ଗୁରୁଡ଼ିଝାଟିଆ ଆରଆଇ ଙ୍କ ଏଭଳି ଦୁଃସାହସିକ କାର୍ଯ୍ୟକୁ ଉଦୟଲାବଣ୍ୟ ପ୍ରଶଂସା କରୁଛି
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































