କାର୍ଯ୍ୟରେ ସଫଳତା ଓ ବିଭିନ୍ନ ସମସ୍ୟା ଦୂର ପାଇଁ ବାର ଅନୁଯାୟୀ ଆପଣାନ୍ତୁ ଏହି ଉପାୟ
ବହୁବାର ଏପରି ଦେଖାଯାଏ ଯେ, ପରିଶ୍ରମ କଲେ ମଧ୍ୟ ସଫଳତା ମିଳିପାରି ନଥାଏ। ଯେଉଁକାରଣରୁ ମାନସିକ ଦୁଶ୍ଚିତା ବଢିଥାଏ। ଏହି ସବୁ କାରଣରୁ ଆମ ମନ ମଧ୍ୟ ଅଶାନ୍ତ ରହିଥାଏ। ଫଳରେ ନିଜ କାର୍ଯ୍ୟରେ ମଧ୍ୟ ମନ ଲାଗି ନଥାଏ। ଯଦି ଆପଣ ନିଜ କାର୍ଯ୍ୟରେ ସଫଳତା ପାଇବାକୁ ଚାହୁଁଥାଆନ୍ତି ତେବେ, କିଛି ବିଶେଷ ଉପାୟ ଆପଣେଇ ଦିନର ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ସଫଳତା ମିଳିଥାଏ। ଜାଣନ୍ତୁ ….
ସୋମବାର –
ଏହି ଦିନ ପ୍ରଭୁ ଶଙ୍କରଙ୍କୁ ସମର୍ପିତ ଅଟେ। ସଫଳତା ପ୍ରାପ୍ତି ପାଇଁ ଏହି ଦିନ ଶିବଲିଙ୍ଗରେ କ୍ଷୀରରେ ଅଭିଷେକ କରାନ୍ତୁ। ଏପରି କରିବା ଦ୍ୱାରା ପ୍ରଭୁ ଶଙ୍କର ପ୍ରସନ୍ନ ହୋଇଥାଆନ୍ତି ଓ ତାଙ୍କର ବିଶେଷ କୃପା ମିଳିଥାଏ। ସମ୍ଭବତଃ ନିଜେ ଘରୁ ବାହାରକୁ ଯିବା ପୂର୍ବରୁ କ୍ଷୀର କିମ୍ବା ଜଳ ପିଇ ନିଶ୍ଚୟ ଯାଆନ୍ତୁ। ଏହାଦ୍ୱାରା ମନସ୍କାମନା ପୂରଣ ହୋଇଥାଏ। ଏହାସହ ପ୍ରଭୁ ଶଙ୍କରଙ୍କୁ ଧଳା ଫୁଲ ଅର୍ପଣ କରିବା ସହ ନିଜ ପାଖରେ ଧଳା ରୁମାଲ ରଖନ୍ତୁ।
ମଙ୍ଗଳବାର –
ଏହି ଦିନ ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ। ସେଠାରେ ପ୍ରଭୁଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହୋଇଥାଆନ୍ତି। ଏହାସହ ନିଜେ ଏହି ଦିନ ଲାଲରଙ୍ଗର ପୋଷାକ ପିନ୍ଧନ୍ତୁ କିମ୍ବା ଲାଲ ରଙ୍ଗର ରୁମାଲ ନିଜ ପାଖରେ ରଖନ୍ତୁ।
ବୁଧବାର –
ଏହି ବାର ପ୍ରଭୁ ଗଣେଶଙ୍କୁ ସମର୍ପିତ ଅଟେ। ପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ। ଏହାସହ ଗୁଡ଼ ଓ ଧନିଆ ପ୍ରଭୁଙ୍କ ନିକଟରେ ଭୋଗ କରନ୍ତୁ। ଏହି ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତୁ କିମ୍ବା ରୁମାଲ ରଖନ୍ତୁ।
ଗୁରୁବାର –
ଏହି ଦିନଟି ପ୍ରଭୁ ବିଷ୍ଣୁଙ୍କୁ ସମର୍ପିତ। ତେଣୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରନ୍ତୁ। ବ୍ରତ ମଧ୍ୟ ରଖିପାରିବେ। ହଳଦିଆ ରଙ୍ଗର ପୋଷାକ ଧାରଣ କରନ୍ତୁ କିମ୍ବା ହଳଦିଆ ରଙ୍ଗର ଭୋଜନ କରନ୍ତୁ।
ଶୁକ୍ରବାର –
ଶୁକ୍ରବାର ଦିନ ମା’ଲକ୍ଷ୍ମୀ ଦିନ ବୋଲି କୁହାଯାଏ। ଏହି ଦିନ ମା’ଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ। ଘରୁ ବାହାରକୁ ଯିବା ପୂର୍ବରୁ ଦହି ନିଶ୍ଚୟ ଖାଆନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଶନିବାର –
ଶନିବାର ଦିନ ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରନ୍ତୁ। ପ୍ରଭୁଙ୍କୁ ପାନ, ଲଡ଼ୁ, ଲାଲ ସିନ୍ଦୂର ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ଏହାସହ ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିବାର ଦିନ ପ୍ରଭୁ ଶନିଦେବଙ୍କୁ ତେଲ ଅର୍ପଣ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ।
ରବିବାର –
ଏହି ଦିନ ପ୍ରଭୁ ସୂର୍ଯ୍ୟଦେବଙ୍କୁ ଜଳ ଓ ଫୁଲ ଅର୍ପଣ କରନ୍ତୁ। ନିଜ ପାଖରେ ଲାଲ ରଙ୍ଗର ରୁମାଲ ରଖନ୍ତୁ ଓ ଘରୁ ବାହାରକୁ ଯାଆନ୍ତୁ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































