ଶନିବାର ପାଇଁ କେତେକ ସହଜ ଉପାୟ, ଆପଣାଇଲେ ମିଳେ ଶନିଙ୍କ ବିଶେଷ କୃପା
ଶନିଦେବଙ୍କୁ କର୍ମଫଳ ପ୍ରଦାନ କରୁଥିବା ଦେବତା ବୋଲି କୁହାଯାଏ। ଶନିଙ୍କ କୁପ୍ରଭାବ କାରଣରୁ ବ୍ୟକ୍ତିଙ୍କ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାତକରେ ମଧ୍ୟ ଶନିଙ୍କ ସ୍ଥିତି ଅନୁଯାୟୀ ଜୀବନରେ ଉଭୟ ଉତ୍ତମ ଓ କୁପ୍ରଭାବ ପଡ଼ିଥାଏ। ଶନିବାର ଦିନ କେତେକ ସହଜ ଉପାୟ କରିବା ଦ୍ୱାରା ଶନିଙ୍କ ବିଶେଷ କୃପା ମିଳିଥାଏ …..
– ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ବ୍ରତ ରଖି ଉପବାସ କରନ୍ତୁ।
– ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ଜଳ ଅର୍ପଣ କରନ୍ତୁ। ସୋରିଷ ତେଲର ଦୀପ ଲଗାନ୍ତୁ।
– ଶନିଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ।
– କଳା କିମ୍ବା ନୀଳ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
– ଅସହାୟଙ୍କୁ ଅନ୍ନ, ବସ୍ତ୍ର ଦାନ କରନ୍ତୁ।
– ମିଥ୍ୟା କୁହନ୍ତୁ ନାହିଁ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































