ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ନବରଙ୍ଗପୁର. : ନବରଙ୍ଗପୁର ଜିଲା ସ୍ଥିତ ପାପଡ଼ାହାଣ୍ଡି ସହିଦ ମିନାର ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏକ ବାଇକ୍ ଗୋଟିଏ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକ ଜଣକ ହେଲେ ନବରଙ୍ଗପୁର ଅନ୍ତର୍ଗତ ବଡ଼କୁମୁଲି ଗ୍ରାମର ଦୁର୍ଯ୍ୟୋଧନ ଗୌଡ଼ ଓ ଗୁରୁତର ଜଣକ ହେଲେ ପବିତ୍ର ଗଣ୍ଡା। ଉଭୟ ପାପଡାହାଣ୍ଡିରୁ ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ପାପଡ଼ାହାଣ୍ଡି ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































