ସମୁଦ୍ରକୂଳକୁ ବୁଲିବାକୁ ଆସି ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଧରାପଡ଼ିଲେ ପର୍ଯ୍ୟଟକ
ସମୁଦ୍ରକୂଳରେ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଦୁଇ ପର୍ଯ୍ୟଟକଙ୍କୁ ପୁଲିସ ଗିରଫ କରିଛି। ଏଭଳି ଏକ ଘଟଣା ଚାନ୍ଦବାଲି ସମୁଦ୍ର କୂଳରେ ଘଟିଥିବା ଜଣାପଡ଼ିଛି। ଗିରଫ ଦୁଇ ପର୍ଯ୍ୟଟକଙ୍କ ନାମ ପରେଶ୍ ମୁଖାର୍ଜୀ (୨୬ ବର୍ଷ) ଓ ଏଲିନା ଚୌଧୁରୀ (୧୯) ବୋଲି ଜଣାପଡ଼ିଛି। ଗତ ଶନିବାର ଦୁହେଁ ଚବିଶ ପ୍ରଗଣା ରୁ ଛୁଟି କାଟିବା ପାଇଁ ଯାଇଥିଲେ। ସେଠାରେ ଦୁହେଁ କିଛି ସମୟ ସମୁଦ୍ର କୂଳରେ ବସିଥିଲେ। ଦିନ ପାଖାପାଖି ୩.୩୦ ହେବ ଦୁହେଁ ସମୁଦ୍ରକୂଳରେ ହଠାତ ଆପତ୍ତିଜନକ କାମ କରିବା ଆରମ୍ଭ କରି ଦେଇଥିଲେ। ଦୁହିଁଙ୍କୁ ଏଭଳି ଅବସ୍ଥାରେ ଦେଖି ଅନ୍ୟମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ପୁଲିସ ଷ୍ଟେସନ୍କୁ ନେଇଥିଲା। ପାର୍ଣ୍ଣୋଗ୍ରାଫିକ୍ ଆକ୍ଟ ଉଲଂଘନ ନେଇ ପୁଲିସ ମାମଲା ରୁଜୁ କରିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































