ଆଠଗଡ଼ ରେ ବନ୍ଦ ସଫଳ ।
ଚାନ୍ଦବାଲି ଛକରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ହିନ୍ଦ୍ ମଜଦୂର ସଭା ର କର୍ମୀ ।

ସିଏଏକୁ ବିରୋଧ କରି ବାମପନ୍ଥୀ ଦଳ ଓ ଟ୍ରେଡ଼ ଇଉନିୟନ୍ ମାନେ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ସମର୍ଥନ ଦେଇଛି କଂଗ୍ରେସ ଦଳ,ଏହାର ପ୍ରଭାବ ଦେଖିବାକୁ ମିଳିଛି ଆଠଗଡ ରେ,କଂଗ୍ରେସ ନେତା ଉମାବଲଭ ରଥଙ୍କ ନେତୃତ୍ୱରେ ଗତକାଲି ଡ଼ାକବାଜି ଯନ୍ତ୍ର ସାହଯ୍ୟ ରେ ଆଠଗଡ ବନ୍ଦ ପାଇଁ ଘୋଷଣା କରିଥିବା ବେଳେ ଆଜି ଆଠଗଡ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି, କଂଗ୍ରେସ କର୍ମୀ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ପ୍ରଭୁତି ବନ୍ଦ କରୁଥିବା ବେଳେ ସ୍କୁଲ, କଲେଜ ଆପେଆପେ ବନ୍ଦ ରହିଛି,ଅଫିସ, ବ୍ୟାଙ୍କ ପ୍ରଭୁତି ଏହି ବନ୍ଦ ରେ ପ୍ରଭାବିତ ହୋଇଛି, କଂଗ୍ରେସ କର୍ମୀମାନେ ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିବା ବେଳେ ବିଜେଡି ର ଛାମୁଆ ସଂଗଠନ ହିନ୍ଦ ମଯଦୁର ସଭାର କର୍ମୀମାନେ ବାଇକ ରାଲି କରିଥିବା ଦେଖିବାକୁ ମିଳିଛି ।

Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































