ବିପିପିଏଲ୍ ପ୍ଲାଣ୍ଟରୁ ୧୦ ଫୁଟର ଅଜଗର ଉଦ୍ଧାର
ଆଠଗଡ (୦୮/୦୧/୨୦୨୦) : କଟକ ଜିଲାର ଆଠଗଡ ବ୍ଲକ ଅନନ୍ତପୁର ସ୍ଥିତ ବିପିପିଏଲ୍( ଭୁବନେଶ୍ବର ପାୱାର ପ୍ରାଇଭେଟ ଲିମିଟେଡ) ପ୍ଲାଣ୍ଟ ମଧ୍ୟରୁ ମଙ୍ଗଳବାର ୧୦ ଫୁଟ ଲମ୍ବର ଏକ ଅଜଗର ଶାପ ଉଦ୍ଧାର କରାଯାଇଛି। ଅଜଗରଟିକୁ ଦେଖି ଉକ୍ତ ପ୍ଲାଣ୍ଟର କର୍ମଚାରୀ ସମ୍ବିତ ପଟ୍ଟନାୟକ ପିପୂଲ୍ ଫର୍ ଆନିମଲ୍ କଟକ ସଙ୍ଗଠନକୁ ଯୋଗାଯୋଗ କରିଥିଲେ। ପିପୁଲ ଫର୍ ଆନିମଲ୍ କଟକର ସଦସ୍ୟ ତିଲକ କର ଯାଇ ଏହି ୧୦ ଫୁଟ ଲମ୍ବର ଅଜଗରଟିକୁ ଉଦ୍ଧାର କରିଥିଲେ। ପରେ ଏହାକୁ ଖୁଣ୍ଟୁଣି ଫରେଷ୍ଟ ରେଞ୍ଜ ଅଫିସର ରେଞ୍ଜର ଶ୍ରୀ ମାଗୁଣି ବେହେରାଙ୍କ ତତ୍ତ୍ଵାବଧାନରେ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡ଼ା ଯାଇଥିଲା।
ସମ୍ପାଦନା – ମନୋରଞ୍ଜନ ମହାପାତ୍ର
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































