୩୦ ଫୁଟ ତଳକୁ ଖସି ପଡିଲା କଟକରୁ ରାସୋଳ ଯାଉଥିବା ଧୋତଡା ମହାବୀର ବସ୍

କଟକରୁ ରାସୋଳ ଯାଉଥିବା ମହାବୀର ବସ ଖୁଣ୍ଟୁଣି ଆଠଗଡ ରାସ୍ତାର ଗୁଣ୍ଡିଚାପୁର ନିକଟରେ ବିଲ ଭିତରକୁ ଓଲଟି ପଡିଛି, ବସ ରେ ଥିବା ଚାଳିଶ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଆଠଗଡ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି, ଆଜି ଅପରାହ୍ନରେ ଏହି ଧୋତଡା ବସ କଟକରୁ ଆଠଗଡ ଦେଇ ରାସୋଲ ଯାଉଥିବା ବେଳେ ଗୁଣ୍ଡିଚାପୁର ନିକଟରେ ବସ ର୍ ଦୁଇଟି ଯାକ ଆଗ ଚକ ହୁଗୁଳି ଯିବା ସହିତ ରାସ୍ତାକଡ଼ ଲୁହା ବାରରେ ମାଡ଼ ହୋଇ କୋଡିଏ ଫୂଟ ତଳକୁ ବିଲ ଭିତରକୁ ବସଟି ଓଲଟି ପଡିଥିବାବେଳେ ବସ ରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି,ଆଠଗଡ ଅଗ୍ନିଶମ ବିଭାଗ ର୍ ଗାଡି ଓ ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତ ଯାତ୍ରୀ ମାନଙ୍କୁ ଆଠଗଡ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି, ଆଠଗଡ ରେ ମହାବୀର ବସ ମାଲିକଙ୍କ 10 ଖଣ୍ଡ ଯାକ ବସ ର୍ ଫିଟନେସ ଠିକ ନଥିବା ଯାତ୍ରୀ ମାନେ ଅଭିଯୋଗ କରିଥିବା ବେଳେ ଏହି କମ୍ପାନୀର ଏକ ବସ ଗତ କିଛି ବର୍ଷତଳେ ଜାତମୁଣ୍ଡିଆ ବ୍ରିଜ ଉପରେ ଜଣେ ଯୁବତୀକୁ ବସ କଣ୍ଡକ୍ଟର ଧର୍ଷଣ କରି ନଦୀ ଭିତରକୁ ଫିଙ୍ଗି ହତ୍ୟା କରିଥିଲା, ଏହି ବସ ଉପରେ rto ଙ୍କ ପକ୍ଷରୁ କାହିଁକି ପଦକ୍ଷେପ ନିଆ ଯାଉ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି,ଘଟଣା ସ୍ଥଳରୁ ବସ ଡ୍ରାଇଭର,କଣ୍ଡକ୍ଟର, ହେଲ୍ପର ଫେରାର ହୋଇଯାଇ ଛନ୍ତି,କଟକ ନରସିଂପୁର ରାସ୍ତାରେ ଅନେକ ଏମିତି ଧୋତଡା ବସ ଚାଲୁଥିବା ବେଳେ ସେମାନଙ୍କର ଫିଟନେସ ନଥିବା ଅଭିଯୋଗ ହୋଇଛି।



Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































