ବ୍ୟାସକବି ଫକୀର ମୋହନଙ୍କ 177 ତମ ଜୟନ୍ତୀ ପାଳିତ

ସେ ଥିଲେ ଅନନ୍ୟ, ଏକାଧାରାରେ କବି, ଲେଖକ, ଦାର୍ଶନିକ ଏବଂ ସମାଜର ବାର୍ତ୍ତା ବାହାକ୍ । ଓଡ଼ିଆ ଜାତିର ଜାତୀୟତାର ସେ ଥିଲେ ଜନକ । ଓଡ଼ିଆ ଭାଷା ପାଇଁ ତାଙ୍କର ଅବଦାନ ଅତୁଳନୀୟ ।

ଆଠଗଡ ସାହିତ୍ୟ ସମାଜ ତରଫରୁ ମହାତ୍ମା ଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ବ୍ୟାସକବି ଫକୀରମୋହନଙ୍କ 177 ତମ ଜୟନ୍ତୀ ପାଳିତହୋଇଯାଇଛି,ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ସାହିତ୍ୟିକ ସମାଲୋଚକ ପ୍ରଫେସର ଡ଼ ନାରାୟଣ ପଣ୍ଡା ଯୋଗଦେଇ ଫକୀରମୋହନ ନଥିଲେ ଓଡ଼ିଆ ସାହିତ୍ୟM ଆଜି ତିଷ୍ଠି ପାରିନଥାନ୍ତା ବୋଲି କାହାଥିଲେ,ଅବସରପ୍ରାପ୍ତ ପ୍ରଫେସର ଡ଼ଃ ଯତିରାଜ ମହାନ୍ତି ଯୋଗଦେଇ କହିଲେ ଭାରତ ଇତିହାସ ରେ ଫକୀରମୋହନଙ୍କ ଉପନ୍ୟାସ ଏବେବି କାଳଜୟୀ ହୋଇ ରହିଛି,ସମ୍ପାଦକ ଲଲାଟେନ୍ଦୁ ସେନାପତି ସମ୍ପାଦକୀୟ ବିବରଣୀ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ, ପ୍ରାରମ୍ଭରେ ଅତିଥି ସମସ୍ତ ସଭ୍ୟ ଫକୀରମୋହନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଦୁଇଜଣ ସଭ୍ୟ ଶୁଭଲଷ୍ମୀ ସେଠି ଓ ନୀଳକଣ୍ଠ ସାମଲଙ୍କ ସାହିତ୍ୟ ସମାଜର ସଭ୍ୟ ଭାବେ ଗ୍ରହଣ କରାଯାଇଥିଲା।ଶେଷରେ ସାହିତ୍ୟ ସମାଜ ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































