ରଉସନ୍ ଫୁଟବଲ୍ ମ୍ୟାଚ ଉଦଯାପିତ

କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମୁକ୍ତାଦେଇପୁର ଖେଳ ପଡିଆ ରେ ଚତୁର୍ଥ ତମ ରଉସନ୍ ଫୁଟବଲ୍ ମ୍ୟାଚ ଉଦଯାପିତ ହୋଯାଇଅଛି।ଏହି ଟୁର୍ଣ୍ଣାମେଣ୍ଟ 16 ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଫାଇନାଲ ମ୍ୟାଚ କଟକ ଜିଲା ର୍ କଖଡି କ୍ଲବ୍ ଓ ଢେ଼ଙ୍କାନାଳ ର ଶାରଳା କ୍ଲବ୍ ଗୁଣ୍ଡିଚା ପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ରେ କଖଡି କ୍ଲବ୍ ପେନାଲଟି କିକ ଜରିଆରେ ଢେଙକାନାଳ ର ଶାରଳା କ୍ଲବ କୁ ହରାଇ କଟକ ର କଖଡି କ୍ଲବ ବିଜୟ ଲାଭ କରିଥିଲା ।ଏହି ମ୍ୟାଚ କୁ ଆୟୋଜନ କରିଥିଲା ଅହମଦିଆ କ୍ଲବ୍ ମୁକ୍ତାଦେଇପୂର୍। ଏହି ଟୁର୍ଣ୍ଣାମେଣ୍ଟରେ ଉଦ୍ଯାପିତ ଦିବସରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ସୁନିଲ୍ କୁମାର ପରିଡ଼ା ଯୋଗଦେଇ ଟ୍ରଫି ବିତରଣ କରିଥିଲେ ।


Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































