ଏଲ୍ଟିଟି ଏକ୍ସପ୍ରେସ୍ ଛିଡା ହୋଇଥିବା ମାଲଗାଡି କୁ ପଛରୁ ପିଟିଲା ।
କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ ନିକଟରେ ଏଲ୍ଟିଟି ଏକ୍ସପ୍ରେସ୍ ଛିଡା ହୋଇଥିବା ଏକ ମାଲଗାଡି କୁ ପଛରୁ ପିଟିଛି,ଫଳରେ 50 ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ସୋଇଛନ୍ତି, ସେମାନଙ୍କୁ କଟକ ବଡ଼ ମେଡିକାଲ ରେ ଭର୍ତି କରାଯାଇଛି, ନିର୍ଗୁଣ୍ଡି ରେଳ ଷ୍ଟେସନ୍ ନିକଟ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍ଟିଟି ଏକ୍ସପ୍ରେସ୍ ଆଜି ସକାଳେ ମୁମ୍ବାଇ ରୁ ଭୁବନେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି,୪ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିବା ସୂଚନା ମିଳିଛି,। ତେବେ ପ୍ରାଥମିକ ସୂଚନା ରୁ ଯାହା ଜଣା ପଡୁଛି ପ୍ରବଳ କୁହୁଡା ଯୋଗୁ ଦୁର୍ଘଟଣା ହୋଇଥାଇ ପାରେ ବୋଲି ଅନୁମାନ କରା ଯାଉଛି,କୁହୁଡା ଯୋଗୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଥାଇ ପାରେ ବୋଲି ଲୋକଙ୍କ ଠାରୁ ସୂଚନା ମିଳୁଛି, ଅଗ୍ନିଶମ ବାହୀନି, ରେଳବାଇ କର୍ମକର୍ତା ମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ଗତକାଲି ଠାରୁ ପାଣିପାଗ ବିଭାଗ କଟକ ରେ କୁହୁଡା ହେବ ବୋଲି ସୂଚନା ଦେଇଥିଲା, ତେବେ ଯାହା ଜଣାପଡୁଛି ltt ଏକ୍ସପ୍ରେସ ଏକ ବଡ଼ ଦୁର୍ଘଟଣା ରୁ ବଂଚିଯାଇଛି,ତେବେ ଏଥିପ୍ରତି ରେଳବାଇ ବିଭାଗ ଧ୍ୟାନ ଦେବା ଆବଶ୍ୟକ।


Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































