ରହସ୍ୟମୟ ଭାଇରସ ବ୍ୟାପିବାରେ ଲାଗିଛି,ଭାରତୀୟମାନଙ୍କୁ ସତର୍କ କରାଇ ଦେଇଛନ୍ତି ଭାରତ ସରକାର
ନୂଆଦିଲ୍ଲୀ : ଚୀନରେ ଏକ ରହସ୍ୟମୟ ଭାଇରସ ବ୍ୟାପିବାରେ ଲାଗିଛି । ଏହାର ନାଁ ରଖାଯାଇଛି ନୋଭେଲ କୋରୋନା ଭାଇରସ । ୧୧ ଜାନୁଆରି ସୁଦ୍ଧା ପ୍ରାୟ ୪୧ ଜଣ ବ୍ୟକ୍ତିଙ୍କଶରୀରରେ ଏହି ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚୀନକୁ ଯାଉଥିବା ଭାରତୀୟମାନଙ୍କୁ ସତର୍କ କରାଇଦେଇଛନ୍ତି ଭାରତ ସରକାର । ତେବେ ଚୀନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସଂଦେହ କରାଯଉଛି ।
ଚୀନର ଶିକ୍ଷାନଗରୀ ଉହାନରେ ଏହି ଭାଇରସ ବ୍ୟାପିଥିବା ଜଣାପଡ଼ିଛି ।ଏ ପର୍ଯ୍ୟନ୍ତ ହୋଇଥିବା ୨ଟି ମୃତ୍ୟୁ ମଧ୍ୟ ଉହାନ ସହରରେ ହୋଇଥିବା ଖବର ମିଳିଛି । ଏହି ସହରରେ ହିଁ ପ୍ରାୟ ୫୦୦ ଭାରତୀୟ ଛାତ୍ରଛାତ୍ରୀ ରହି ପାଠପଢୁଛନ୍ତି । ଚୀନରେ ଏବେ ଚୀନ ନୂଆବର୍ଷ ଉପଲକ୍ଷେ ଛୁଟି ଥିବାରୁ ଭାରତୀୟ ଛାତ୍ରଛାତ୍ରୀମାନେ ଭାରତକୁ ଫେରୁଛନ୍ତି । ତେବେ ସେମାନେ ସଂକ୍ରମିତ ହୋଇଥିବା ସରକାର ସଂଦେହ କରାଯାଉଛି । ଏହା ଫଳରେ ସରକାରଙ୍କ ଚିନ୍ତା ବଢିଯାଇଛି । ଏଥିପାଇଁ ଚୀନଯାଉଥିବା ଭାରତୀୟ ଯାତ୍ରୀମାନଙ୍କୁ ସରକାର ସତର୍କ କରାଇଦେଇଛନ୍ତି । ଚୀନ ଯିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ଏହି ପରାମର୍ଶରେ କୁହାଯାଇଛି ।
ଏହି ଭାଇରସ କେବଳ ମଦ ପିଉଥିବା ଲୋକ ମାନଙ୍କ ଠାରୁ ଅନ୍ୟ ଲୋକ ମାନଙ୍କୁ ବିସ୍ତାର କରୁ ଥିବାରୁ ସହରରେ ମଦ ବିକ୍ରି କୁ ନିଷେଧ କର ଯାଇଛି. ଏହି ଭାଇରସ ପାଇଁ ଔଷଧ ବାହାରି ନଥିବାରୁ ସତର୍କ ରହିବାକୁ ସରକାର ନିର୍ଦେଶ ଦେଇଛନ୍ତି.
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































