ଘର ଭିତରୁ ଶୁଣ୍ଢରେ ଭିଡ଼ି ନେଇ ଦଳିଦେଲା । ଚାଲିଗଲା ଦୁଇ ଜୀବନ
ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ବ୍ୟକ୍ତି ମୃତୁବରଣ କରିଛନ୍ତି,ଜଣେ ଗୁରୁତର ହୋଇଥିବା ଜଣାପଡିଛି,ମୃତ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହଜ ଗ୍ରାମର ବଂଶୀଧର ଛୁଆଳସିଂହ ହୋଇଥିବା ବେଳେ ଅନ୍ୟ ଜଣେ କଲରାଝର ଗ୍ରାମର ସନେଇ ପ୍ରଧାନ।ଓ ଅନ୍ୟଜଣେ ବ୍ରଜବନ୍ଧୁ ସାହୁ ନାମକ ବ୍ୟକ୍ତି ଆହତ ହୋଇଛନ୍ତି।ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି,ପ୍ରତେକ ଦିନ ଚନ୍ଦକା ହାତୀପଲ ଏହି ଅଂଚଳରେ ପ୍ରବେଶ କରି ଗାଁ ଗହଳିରେ ବ୍ୟାପକ ଫସଲ ନଷ୍ଟ କରୁଥିବା ବେଳେ ବନ ବିଭାଗ ହାତୀ ଘଉଡାଇବା ପାଇଁ କୋୖଣସି ପଦକ୍ଷେପ ଗ୍ରହଣ ନକରିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































