ନିଶା ରେ ଦିଶିଲାନି ରାସ୍ତା ଭାରସାମ୍ୟ ହରାଇ ଝରଝରୀ ଘାଟୀରେ ବାଇକ ଚୁରମାର , ୨ ଗୁରୁତର
ଆଠମଲ୍ଲିକ : ଅନୁଗୁଳ ଜିଲା ଆଠମଲ୍ଲିକ ବଇଣ୍ଡା ପୂର୍ତ ରାସ୍ତାର ପଞ୍ଚଧାରା ଘାଟୀ ରାସ୍ତା ଝରଝରୀ ଘାଟୀ ଠାରେ ବୁଧବାର ଦ୍ବିପ୍ରହର ପ୍ରାୟ ୨ଟା ବେଳକୁ ବାଇକ ଦୁର୍ଘଟଣାରେ ୨ଜଣ ଆରୋହୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଠମଲ୍ଲିକ ନିକଟସ୍ଥ ଖମ୍ବେଶ୍ୱରପାଲି ଗ୍ରାମର ଭଜମନ ଦେହୁରୀ ଏବଂ ମାଧପୁର ଗ୍ରାମର ଅଶୋକ ଭୁକ୍ତା ଏକ ବାଇକ ନଂ ସିଡି୧୯ଏଲ ୭୬୫୫ ଯୋଗେ କୃତିବାସପୁର ହାଟରୁ ଫେରୁଥିବା ବେଳେ ଝରଝରୀ ଘାଟୀ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































