ଗଡଜାତ ପରିକ୍ରମା ତରଫରୁ ଗାନ୍ଧୀଙ୍କ ଦୃଷ୍ଟିରେ ଯୁବସମାଜ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ଇଂରାଜୀ ମିଡିୟମ ସ୍କୁଲ ଠାରେ ଆଠଗଡ ର୍ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ଗାନ୍ଧୀଙ୍କ ଦୃଷ୍ଟି ରେ ଯୁବସମାଜ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି,

ଆଠଗଡ ରେ ପ୍ରଥମ ଥର ପାଇଁ ଏଭଳି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗଡଜାତ ପରିକ୍ରମ। ର ସମ୍ପାଦକ ଲଲାଟେନ୍ଦୁ ସେନାପତିଙ୍କ ସଂଯୋଜନା ରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସମସ୍ତଙ୍କୁ ଗାନ୍ଧୀଙ୍କ ସମ୍ପର୍କରେ କହିବାର ସୁଯୋଗ ମିଳିଥିଲା,

ଏହି ଆଲୋଚନା ଚକ୍ରରେ ଡ଼ଃ ନାରାୟଣ ପଣ୍ଡା, ଅଗାଧୁ ବେଉରା, ପୁଲିନ ମିଶ୍ର, ଜଗଦାନନ୍ଦ ତ୍ରିପାଠୀ, ସାରଙ୍ଗ ଧର ଜେନା,ଗୁରୁଦତ ନାୟକ,ସୁନ୍ଦର ନାରାୟଣ ମିଶ୍ର, ସନ୍ତୋଷ ପଟ୍ଟନାୟକ, ଧରଣୀଧର ମହାପାତ୍ର, ନଚିକେତା ପରମାନିକ, ତ୍ରଲୋକ ପ୍ରସାଦ କବି,ସନାତନ ସ୍ବୀନ,

ମନୋରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ଦୃଷ୍ଟିରେ ଯୁବ ସମାଜ ଉପରେ ଆଲୋକପାତ କରିଥିଲେ, ଶେଷରେ ବିଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































