ଚରିତ୍ରକୁ ସନ୍ଦେହ କରି ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ
ନୀଳଗିରି : ବାଲେଶ୍ଵର ଜିଲା ନୀଳଗିରି ବ୍ଲକର ମାଟିଆଳି ପଞ୍ଚାୟତର ଗୋବିନ୍ଦପୁରା ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ମାରିଦେଇଥିବା ଜଣାପଡିଛି। ମୃତକ ହେଲେ ରବିନ୍ଦ୍ର ସିଂଙ୍କ ସ୍ତ୍ରୀ ସୋମବାରୀ ସିଂ। ଖବରପାଇ ବରମପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।। ବରହମପୁର ପୁଲିସ ଅଭିଯୁକ୍ତକୁ ଅଟକ ରଖିଥିବା ସୂଚନା ମିଳିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































