କଟୁରିରେ ହାଣି ଦୁର୍ବୁତ୍ତ ଫେରାର,ଦିନ ଦୁଇପହରରେ ଘଟୁଛି ଘଟଣା,ଦହିସରା ପୋଲିଆ ତଳେ ଚୋଟ ପରେ ଚୋଟ ମାରିଲା ଦୁର୍ବୁତ୍ତ,ବିଲରେ କାମ କରୁଥିବା ଚାଷୀଙ୍କ ପାଇଁ ଜୀବନ ବଂଚିଲା ବୈକୁଣ୍ଠର,ହେଲେ ଅବସ୍ଥା ଗୁରୁତର
ଆଠଗଡ ଘଣ୍ଟିଖାଲ ରାସ୍ତାର ଦହିସରା ଠାରେ ଆଜି ଅପରାହ୍ନରେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି, ଆଠଗଡ ଥାନା ବାସୁଦେବପୁର ଗ୍ରାମର ବୈକୁଣ୍ଠ ଗଣ୍ଠିଆ ଆରତୀ ଷ୍ଟିଲ ପ୍ଲାଣ୍ଟରୁ ଅପରାହ୍ନରେ ଡିଉଟି ସାରି ବାଇକ ରେ ଗାଁ କୁ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତି କ୍ରମେ ଦହିସରା ନିକଟରେ ସେହି ଗ୍ରାମର ଟୁଲୁ ରାଉତ ଅନ୍ୟଜଣକୁ ବାଇକ ରେ ବସାଇ ବୈକୁଣ୍ଠ କୁ ଧକା ଦେଇଥିଲା,

ବୈକୁଣ୍ଠ ରାସ୍ତା ଉପରୁ ଏକ ପୋଲତଳେ ପଡିଯାଇଥିବା ବେଳେ ଟୁଲୁ ଓ ତା ସାଂଗ ଏକ କଟୁରି ନେଇ ପୋଲ ତଳକୁ ଯାଇ ବୈକୁଣ୍ଠ ଉପରକୁ ଚୋଟ ପରେ ଚୋଟ ପକାଇ ଚାଲିଥିଲା,ଗୁରୁତର ଆହତ ଅବସ୍ଥାରେ ବୈକୁଣ୍ଠ ଡାକ ପକାଇବାରୁ ବିଲରେ କାମ କରୁଥିବା ଲୋକମାନେ ଘଟଣା ସ୍ଥଳକୁ ଦୌଡ଼ିକି ଗଲା ବେଳକୁ ଟୁଲୁ ଓ ତାର ସାଥି ମାନେ ପଳାଇ ଯାଇଥିଲେ,

ଦହିସରା ଗ୍ରାମବାସୀ ମାନେ ବୈକୁଣ୍ଠକୁ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଠଗଡ ମେଡ଼ିକାଲ ରେ ଭର୍ତ୍ତି କରିବା ପରେ ସେଠାରେ ଡାକ୍ତର ଷ୍ଟାଫ ମାନଙ୍କ ଅକ୍ଲାନ୍ତ ଚେଷ୍ଟାରେ ବୈକୁଣ୍ଠକୁ ଚିକିସ୍ଥା କରାଯାଇ ଥିଲେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ପଠାଇ ଦିଆଯାଇଛି,

ବୈକୁଣ୍ଠଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଛି,ତେବେ ମରଣାନ୍ତକ ଆକ୍ରମଣ ର୍ କାରଣ କିଛି ଜଣାପଡିନାହିଁ,ଆଠଗଡ ମେଡ଼ିକାଲ ର୍ ଡାକ୍ତର ମାନେ ଏହା ଏକ ପୋଲିସ କେସ ହୋଇଥିବା ଯୋଗୁ ସଙ୍ଗେସଙ୍ଗେ ପୋଲିସ କୁ ଖବର ଦିଆଯାଇଥିଲେ ମଧ୍ୟ ମେଡ଼ିକାଲ ରେ ଆଠଗଡ ପୋଲିସ ପହଂଚି ପାରି ନଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































