୭୦୦ ଓ ୬୦୦ ଗ୍ରାମ୍ ଓଜନର ଦୁଇ ଖଣ୍ଡ ହାତୀଦାନ୍ତ ଜବତ, ୫ ଗିରଫ
ବାରିପଦା (ରାଜକିଶୋର ଦାସ): ହାତୀଦାନ୍ତ ଚୋରା ଚାଲାଣ ବେଳେ ଆଜି ବାରିପଦା ବନଖଣ୍ଡ ପକ୍ଷରୁ ଦୁଇଖଣ୍ଡ ହାତୀଦାନ୍ତ ଜବତ କରାଯାଇଛି। ବାରିପଦା ବନଖଣ୍ଡ ଅଧିନସ୍ତ ତିତିଆ ଛକ ନିକଟରୁ ଏହାକୁ ଜବତ କରାଯାଇଛି। ଏହାସହିତ ଏହାକୁ ଚୋରା ଚାଲାଣ କରୁଥିବା ୫ଜଣ ବେପାରୀଙ୍କୁ ମଧ୍ୟ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ୪୫ ସେଣ୍ଟିମିଟର ଲମ୍ବ ଓ ୭୦୦ ଗ୍ରାମ୍ ଓଜନର ଗୋଟିଏ ଏବଂ ୩୮ସେଣ୍ଟିମିଟର୍ ଲମ୍ବ ଓ ୬୦୦ ଗ୍ରାମ୍ ଓଜନ ବିଶିଷ୍ଟ ମୋଟ୍ ଦୁଇଟି ହାତୀଦାନ୍ତ ଜବତ କରାଯାଇଛି।
ତେବେ ଜବତ ଦୁଇ ଦାନ୍ତ ୮-୯ ବର୍ଷର ଦନ୍ତାହାତୀ ଛୁଆ ନିକଟରୁ କଟାଯାଇଥିବା ସୂଚନା ମିଳିଛି। ତେଣୁ ଜବତ ଏହି ଦାନ୍ତର ମୂଲ୍ୟ ୫୦ହଜାରରୁ ୭୦ହଜାର ମଧ୍ୟରେ ହୋଇପାରେ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ। ଏହି ଚାଲଣ ବେଳେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ଉପରତାଳଡିହା ଗ୍ରାମର ଦେବେନ୍ଦ୍ରନାଥ ମାହାଳି, ଜଗନ୍ନାଥ ସିଂ, ପଙ୍କଜ କୁମାର ମାହାଳି, ବିନୁ ସିଂ ଏବଂ ଜାମୁଡିହା ଗ୍ରାମର ସୁଶାନ୍ତ ସିଂଯ ଗିରଫ ଅଭିଯୁକ୍ତମାନେ ଶିକାରୀ ନୁହନ୍ତି। ମାତ୍ର ହାତୀଦାନ୍ତ ଚୋରା କାରବାର ଏମାନଙ୍କର ନିୟମିତ ବ୍ୟବସାୟ ବୋଲି ସୂଚନା ମିଳିଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































