ପୂର୍ବତନ ବିଧାୟକ ତଥା ଏବେର ରାଜ୍ୟ ପନ୍ୟା ଗାର ନିଗମ ଅଧକ୍ଷ ଅନୁପ ସାଏ ଙ୍କୁ ଏକ ଡବଲ ମର୍ଡର ଘଟଣାରେ ଛତିଶଗଡ଼ ପୋଲିସ ବାନ୍ଧିଲା ।

ବ୍ରଜରାଜନଗର ର୍ ପୂର୍ବତନ ବିଧାୟକ ତଥା ଏବେର ରାଜ୍ୟ ପନ୍ୟା ଗାର ନିଗମ ଅଧକ୍ଷ ଅନୁପ ସାଏ ଙ୍କୁ ଏକ ଡବଲ ମର୍ଡର ଘଟଣାରେ ଆଜି ଅପରାହ୍ନରେ ଛତିଶଗଡ଼ ରାଏଗଡ଼ ପୋଲିସ ଏକ ସାମ୍ବାଦିକ ସମିଳନୀ କରି କୋର୍ଟ ଚାଲାଣ କରିଛନ୍ତି,ଚାରିବର୍ଷ ତଳର ଏକ ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଙ୍କ ହାତଥିବା ସନ୍ଦେହ କରି ଗତକାଲି ଛତିଶଗଡ଼ ରାଏଗଡ ପୋଲିସ ଏକ ମନ୍ଦିରରୁ ଉଠାଇ ନେଇଥିଲା ରାଜ୍ୟ ବାହାରର ପୋଲିସ,

୨୦୧୬ ରେ ଜଣେ ମହିଳା ଓ ତାଙ୍କ ନାବାଳିକା କନ୍ୟାକୁ ହତ୍ୟା କରାଯାଇ ଥିବା ଘଟଣା ରେ ଅନୁପଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା, ଏହି ଘଟଣା ଟିର ସେତେବେଳେ ତଦନ୍ତ ହୋଇଥିଲେ ମଧ୍ୟ ଘଟଣା ଆଗକୁ ଗଡି ପାରିନଥିଲା,


ନୂତନ ଭାବେ ରାଏଗଡ ଏସପି ଭାବେ ସୁଶାନ୍ତ ସିଂ କାର୍ଯ୍ୟରେ ଯୋଗଦେବା ପରେ ପୁରୁଣା କେଶର ଫାଇଲ ଖୋଲିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ଆଜି ସେହି ଘଟଣାରେ ଅନୁପଙ୍କୁ ଗିରଫ କରିବା ପରେ ସେ ଏହି ଘଟଣା ରେ ସମ୍ପୃକ୍ତି ଅଛନ୍ତି ବୋଲି ରାଏଗଡ ଏସପି ପ୍ରେସ ମିଟ ରେ ଖୁଲାସା କରିବା ସହିତ ଆସାମୀଙ୍କୁ କୋର୍ଟ ଚାଲାଣ କରିଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































