ଝାରସୁଗୁଡ଼ାରେ ଏନ୍ଏଚ୍ ଉପରେ ଛିଡ଼ିଲା ୧୩୨ କେଭି ତାର
ଜାତୀୟ ରାଜପଥ ଉପରେ ଛିଡ଼ି ପଡ଼ିଲା ୧୩୨ କେଭି ତାର। ସୌଭାଗ୍ୟବଶତଃ କାହାରି ଉପରେ ତାର ପଡ଼ିନଥିବା ଜଣାପଡ଼ିଛି। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ୪୯ ନମ୍ଵର ଜାତୀୟ ରାଜପଥ ବିଟିଏମ୍ ଛକ ନିକଟରେ। ରାସ୍ତା ଉପରେ ବିଦ୍ୟୁତ ତାର ପଡ଼ିଥିବାରୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।
ତାର ଛିଡ଼ିଯିବା ପରେ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଛିଡ଼ା ହୋଇଥିଲେ। ପରେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ପୂର୍ବରୁ ବ୍ରହ୍ମପୁରରେ ଏକ ବସ୍ରେ ୧୧ କେଭି ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକ ବିଦ୍ୟୁତ ବିଭାଗକୁ ଦାୟୀ କରିଥିଲେ। ସେହିପରି ଆଜିର ଏହି ଘଟଣା ପୁଣି ବିଦ୍ୟୁତ ବିଭାଗ ଉପରକୁ ଆଙ୍ଗୁଳି ଉଠାଇଛି। ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଏପରି ହୋଇଥିବା କୁହାଯାଉଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































