ଗଡ଼ଜାତ ପରିକ୍ରମାର ଗଡ଼ଜାତ ମହୋତ୍ସବକୁ ସ୍ଵୀକୃତି ନଦେବା ଘଟଣାରେ ପୁନଃବିଚାର କରିବାକୁ ପ୍ରଶାସନକୁ ଅଦାଲତର ନିର୍ଦେଶ ।
କଟକ ଜିଲ୍ଲା ଆଠଗଡ଼ ରେ କଳା ,ସାହିତ୍ୟ,ସଂସ୍କୃତି ଐତିହ୍ୟ, ପରମ୍ପରାକୁ ବଞ୍ଚାଇବାକୁ ଯାଇ ଅଗ୍ରଣି ସ୍ୱେଚ୍ଛାସେବୀ ସଂଗଠନ ଗଡ଼ଜାତ ପରିକ୍ରମା ୨୦୨୦ ଜାନୁଆରୀ ୧୩ ରୁ ୧୭ ପାଇଁ ଆଠଗଡ଼ ରେ ଗଡ଼ଜାତ ମହୋତ୍ସବ ପାଇଁ ମହୋତ୍ସବ ପଡିଆକୁ ଅନୁମତି ମାଗିଥିବା ବେଳେ ଆଠଗଡ଼ ପ୍ରଶାସନ ଅନୁମତି ନ ଦେବାରୁ ବାଧ୍ଯ ହୋଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ଗଡ଼ଜାତ ପରିକ୍ରମା।ଜଷ୍ଟିସ କେ ଆର ମହାପାତ୍ର ଙ୍କ ଖଣ୍ଡପୀଠ ଅଭିଯୋଗ କୁ ବିଚାର କରି ଆଠଗଡ଼ ପ୍ରଶାସନ ତଥା ଉପଜିଲ୍ଲାପାଳ ଅମୀୟ ସାହୁ ଙ୍କୁ ଚାରି ସପ୍ତାହରେ ଗଡଜାତ ମହୋତ୍ସବ ର୍ ଅନୁମତି ଆବେଦନର ପୁନର୍ବିଚାର କରି ଆଠରେ କଳା ସଂସ୍କୃତି କୁ ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଗତ ୧୦ ତାରିଖରେ ହାଇକୋର୍ଟ ଆଦେଶ ଦେଇଥିବା ବେଳେ ଆଜି ଗଡ଼ଜାତ ପରିକ୍ରମା ର ସମସ୍ତ ସଭ୍ୟ ଏହାର ନକଲ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ ଙ୍କୁ ଦେଇ ଆଠଗଡ଼ ରେ ଗଡ଼ଜାତ ମହୋତ୍ସବ କରିବାକୁ ଦାବି କରିଛନ୍ତି
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































