“ପ୍ରତିଦିନ ନିଜ ମେକଅପ୍ ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ମେଲାନିଆ ଟ୍ରମ୍ପ
ନୂଆଦିଲ୍ଲୀ: ଆଜି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରିବାରକୁ ଧରି ଭାରତରେ ପହଞ୍ଚିଛନ୍ତି । ପ୍ରଥମେ ସେ ବିିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବା ସହ ପରେ ଆଗ୍ରା ଯାଇ ତାଜମହଲ ବୁଲିଥିଲେ। ତେବେ ଟ୍ରମ୍ପ ଦମ୍ପତ୍ତିଙ୍କ ଆଗମନକୁ ନେଇ ଅନେକ ଖବର ସାମ୍ନାକୁ ଆସି ସାରିଥିବା ବେଳେ ଏବେ ମେଲାନିଆ ଟ୍ରମ୍ପଙ୍କ ମେକଅପ୍ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ପେସାରେ ଜଣେ ସୁପରମଡେଲ ରହି ସାରିଥିବା ମେଲାନିଆ ଟ୍ରମ୍ପ ନିଜ ଖାଇବା ପିଇବା ସହ ନିଜ ତ୍ବଚାକୁ ନେଇ ଖୁବ୍ ସତର୍କ ରହିଥାନ୍ତିି। ପ୍ରତିଦିନ ନିଜ ମେକଅପ ପାଇଁ ସେ ୩ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ବୋଲି ସୂଚନା ମିଳିଛି। ହ୍ବାଇଟ୍ ହାଉସରେ ତାଙ୍କ ପାଇଁ ଜଣେ ସ୍ବତନ୍ତ୍ର ମେକଅପ୍ ଆର୍ଟିଷ୍ଟ ସହ ଡିଜାଇନର ମଧ୍ୟ ରହିଛନ୍ତି, ଯିଏ ତାଙ୍କର ପ୍ରତିଦିନର ପୋଷାକକୁ ଡିଜାଇନ୍ କରିଥାନ୍ତି। ପ୍ରତିଟି ପୋଷାକର ମୂଲ୍ୟ ୩ଲକ୍ଷରୁ ଅଧିକ ବୋଲି ଜଣାପଡ଼ିଛି।
ସ୍ଲୋଭେନିୟନ୍, ଇଂରାଜୀ, ଫ୍ରେଞ୍ଚ, ସର୍ବିୟନ୍ ଏବଂ ଜର୍ମନ ଭାଷା ଜାଣିଥିବା ମେଲାନିଆ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ୨୪ବର୍ଷ ସାନ ହୋଇଥିଲେ ମଧ୍ୟ ଜାନୁଆରି ୨୨, ୨୦୦୫ରେ ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିବାହ କରିଥିଲେ।”
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































