ଗରିବଙ୍କ ଟଙ୍କାକୁ ଚଳୁ କରିବାକୁ ପଛାଇ ନାହାନ୍ତି ଆଠଗଡ ବନ ବିଭାଗ
କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ରେଞ୍ଜ ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଦୀର୍ଘ ୧୧ମାସ ଧରି ଆଠଗଡ଼ ବନବିଭାଗର ସବୁଜ ମହାନଦୀ ମିଶନ ରେ କାର୍ଯ୍ୟ କରି ନିଜର ପ୍ରାପ୍ୟ ନ ପାଇ ଆଜି ନିଜ ପିଲା ଛୁଆ ଙ୍କୁ ସାଥୀ ରେ ଧରି ଆଠଗଡ଼ ରେଞ୍ଜ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି

ଆଠଗଡ଼ ବ୍ଲକ ଅନ୍ତର୍ଗତ ପାଟେଣୀ ଗାଁ ଗ୍ରାମର ଚକ୍ରଧର ପ୍ରଧାନ ସବୁଜ ମହାନଦୀ ମିଶନ ରେ ୧-୮-୨୦୧୮ରୁ କାର୍ଯ୍ୟ କରି ମାତ୍ର ବାର ହଜାର ଟଙ୍କା ଦରମା ବାବଦକୁ ପାଇ ଆଜି ପର୍ଯ୍ୟନ୍ତ ବିଭାଗର ସମସ୍ତ କାର୍ଯ୍ୟ ରେ ଖଟି ଆସୁଥିଲେ ମଧ୍ୟ ତାଙ୍କର ୧୧ ମାସର ଦରମାକୁ ନ ଦେବାରୁ ଆଜି ନିଜ ର ପରିବାର ସହ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଛନ୍ତି।ତେବେ ଏ ବିଷୟରେ ବନ ବିଭାଗ ତଥା ଆଠଗଡ଼ ରେଞ୍ଜର ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କାମେରା ଆଗକୁ ଆସୁନାହାଁନ୍ତି କୌଣସି ଉଚ୍ଚ ପଦସ୍ତ ଅଧିକାରୀ। ସରକାର ତୁରନ୍ତ ଏ ଦିଗରେ ଯତ୍ନବାନ ହୋଇ ଏହି ଗରିବ ପରିବାରର ସମସ୍ତ ପ୍ରାପ୍ୟ କୁ ଯଥ

ଶୀଘ୍ର ପୈଠ କରିବାକୁ ସବୁ ମହଲରୁ ଦାବି ହେଉଛି, ଏତଦବ୍ୟତୀତ ହାତୀ ଜଗୁଆଳ ନାମରେ ଗ୍ରାମାଞ୍ଚଳର କିଛି ଯୁବକ ମାନଙ୍କ ନାମରେ ଲକ୍ଷଲକ୍ଷ ଟଙ୍କା ବାଟମାରଣା ହେଉଥିବା ମଧ୍ୟ ଅଭିଯୋଗ ହେଉଛି,କାମ୍ପା ଫଣ୍ଡ ଟଙ୍କାକୁ ଆଠଗଡ ବନଖଣ୍ଡ ରେ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି।ମାରମାର ଗରିବଗୁରୁବାଙ୍କ ପେଟରେ ଲାତ ମାରିବା ଆଠଗଡ ବନଖଣ୍ଡର ଏକ ଅଭ୍ୟାସ ହୋଇଗଲାଣି।ଅପରାହ୍ନରେ ଏହି ପରିବାର ଧରଣାରୁ ଉଠିଯାଇଥିବା ବେଳେ ତାଙ୍କର ପ୍ରାପ୍ୟ ନପାଇବା ପର୍ଯ୍ୟନ୍ତ ସେ ପରିବାର ସହିତ ରେଞ୍ଜର ଙ୍କ କାର୍ଯ୍ୟାଳୟ ରେ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































