ଡ୍ରେନରେ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ
ଆଠଗଡ ରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା,ଡ୍ରେନରେ ପଡି ଜଣେ ମହିଳାଙ୍କ ଚାଲିଯାଇଛି ଜୀବନ,ଘଟଣାଟି ଘଟିଛି ମୁସଲମାନ ବସ୍ତି ନିକଟରେ,ଆଜି ଅପରାହ୍ନରେ ପ୍ରବଳ ବର୍ଷା ହେବାଯୋଗୁ ଏହି ମହିଳା ଜଣକ ଶୌଚ କରିବାପାଇଁ ବଡ଼ପୋଖରୀକୁ ଯାଇଥିଲେ, ପ୍ରବଳ ବର୍ଷାରେ ତରତର ହୋଇ ଘର ମୁହାଁ ହେଲା ବେଳକୁ ମହିଳା ଜଣକ ନୂଆକରି ନିର୍ମାଣ ହୋଇଥିବା ଡ୍ରେନରେ ପଡିଯାଇଥିଲେ,ପ୍ରାୟ ଅଧଘଣ୍ଟା ଧରି ଡ୍ରେନରେ ବୁଡି ରହିବା ଯୋଗୁ ମହିଳା ଜଣକ ମୃତୁ ବରଣ କରିଛନ୍ତି,ଏହି ମହିଳା ଜଣକ ନିଜ ଜ୍ୱାଇଁ ଘର ଡମ ସାହିକୁ ଆସିଥିବା ବେଳେ ଏଭଳି ଘଟିଲା ଅଘଟଣ,ମୃତୁବି ଏମିତି ଆସେ ବୋଲି ଚର୍ଚା ହେଉଛି,ମହିଳା ଜଣକୁ ନିଜ ନାତୁଣୀ ଆସି ଡ୍ରେନରୁ ଭିଡି ବାହାର କରିଥିଲେ,ନିର୍ମାଣ ହୋଇଥିବା ଡ୍ରେନ ନିମ୍ନମାନର ହେବା ସହିତ ଡ୍ରେନରେ ପାଣି ଭର୍ତ୍ତି ହୋଇ ରହିଥବା ବେଳେ ମହିଳା ଜଣକର ମୃତୁ ଘଟିଛି,ଅଳ୍ପପାଣି ଥିଲେ ମହିଳା ଜଣକ ବଂଚି ଯାଇଥାନ୍ତେ ବୋଲି ଚର୍ଚ୍ଚା ହେଉଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































