ଆଠଗଡ ରେ ମେଣ୍ଢାଘର ପୋଡି ଉତ୍ସବ ପାଳିତ
ଆଠଗଡ ଗଡଜାତର ଐତିହ୍ୟ ହେଉଛି ମେଣ୍ଢାଘର ପୋଡା, କାହିଁ କେଉଁ ରାଜରାଜୁଡା ଶାସନ ସମୟରୁ ଆଠଗଡ ସହରରେ ଏହି ମେଣ୍ଢାଘର ପୋଡା ଉତ୍ସଵ ପାଳିତ ହୋଇ ଆସୁଛି,

ସବୁଠି ଅଇଘରା ପୂର୍ଣ୍ଣମୀ ରେ ଅଗ୍ନି ଉତ୍ସବ ପାଳିତ ହେଉଥିବା ବେଳେ ଆଠଗଡ ଗଡଜାତର ନିଜିଗଡରେ ଚତୁର୍ଦସୀ ତିଥିରେ ପୁର୍ନମୀ ପୂର୍ବଦିନ ଏହି ମେଣ୍ଢାଘର ପୋଡି ଉତ୍ସବ ଅନୁଷ୍ଠିତ ହୋଇଥାଏ,

ରାଧା ଗୋବିନ୍ଦ ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବା ସହିତ ଗଡଜାତର ଅନ୍ୟ ଗ୍ରାମ ମାନଙ୍କରୁ ଅନ୍ୟ ଠାକୁର ମାନେ ବିମାନରେ ଆସିଥାନ୍ତି,ଦ୍ଵାପର ଯୁଗରେ ମେଣ୍ଢାସୁର ଅସୁରକୁ କୃଷ୍ଣ ବଧ କରିଥିବା ଯୋଗୁ

ଆଠଗଡ ରାଜା ଯେହେତୁ ଜଣେ କୃଷ୍ଣ ଭକ୍ତ ଥିଲେ ସେ ଦୃଷ୍ଟିରେ ଆଠଗଡ ରାଜା ପୂର୍ଣ୍ଣମୀ ପୂର୍ବଦିନ ରାତିରେ ଗୋପବନ୍ଧୁ ଛକ ନିକଟରେ ଏହି ଉତ୍ସବ ଟିକୁ ପାଳନ କରି ଆସୁଛନ୍ତି,

ରାଜରାଜୁଡା ଶାସନ ଚାଲି ଯାଇଛି ସତ ହେଲେ ଆଠଗଡ ଗଡଜାତ ରେ ମେଣ୍ଢାଘର ପୋଡି ଉତ୍ସବରେ କେବେବି ଫରକ ପଡ଼ିନାହିଁ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































