ଗୁରୁବାର ଆଠଗଡ ପାଇଁ ଅଘଟଣର ଦିନ
ଗୁରୁବାର ଦିନ ଆଠଗଡ ପାଇଁ ଅଘଟଣ ର୍ ଦିନଥିଲା,ମଧ୍ୟାନରେ ଜଣେ ବର ଶିଶୁପାଳ ହୋଇଥିବା ବେଳେ ଏକ ହତ୍ୟା ଘଟଣାରେ ବାଙ୍କି ପୋଲିସ ବରକୁ ଗିରଫ କରିଛି,ଢେଙ୍କାନାଳ ତାଳ ବରକୋଟ ଗ୍ରାମର ପ୍ରକାଶ ସ୍ୱାଇଁ ନାମକ ଯୁବକ ଏକ ହତ୍ୟାକାଣ୍ଡ ଘଟଣାରେ ଗତ ଦେଢ଼ବର୍ଷ ହେଲା ପୋଲିସ କୁ ଚକମା ଦେଇ ଆସୁଥିଲା,ଆଜି ସେହି ଯୁବକକୁ ଛଦ୍ମ ବେଶରେ ବାଙ୍କି ପୋଲିସ ଗିରଫ କରିବାରେ ସଫଳ ହୋଇଛି,ସେହିପରି ସନ୍ଧ୍ୟରେ ବେଣ୍ଟ ପଦା ଠାରେ ଜଣେ ଯୁବକ ରାସ୍ତାରେ ପଡି ମୃତୁ ବରଣ କରିଛନ୍ତି,

ସେ କେମିତି ମୃତୁବରଣ କଲେ ଜଣା ପଡିନଥିଲା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି,ମୃତ ଅବସ୍ଥାରେ ସେହି ଯୁବକକୁ ଆଠଗଡ ମେଡ଼ିକାଲ ରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି,ସେହିପରି ଦୋରଡ଼ ଠାରେ ଏକ ଟ୍ରକ ଧକାରେ ତାଳ ବରକୋଟ ଗ୍ରାମର ତିନିଜଣ ଆହତ ହୋଇ ଆଠଗଡ ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି, ସେହିପରି ବଜ୍ରପାତରେ ସଥିଲୋ ଗ୍ରାମର ଜଣେ ମହିଳା ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































