ଆଠଗଡର ଐତିହାସିକ ପଞ୍ଚୁଦୋଳ ଯାତ୍ରା ସମ୍ପନ୍ନ
ଆଠଗଡ ର୍ ଐତିହାସିକ ପଞ୍ଚୁଦୋଳ ଯାତ୍ରା ସମ୍ପନ୍ନ ହୋଇଛି,ରାଜା ରାଜୁଡା ଶାସନ ସମୟରୁ ଚାଲି ଆସିଥିବା ଏହି ପଞ୍ଚୁଦୋଳ ଯାତ୍ରାରେ ଗତକାଲି ରାତିରେ ଏକାଠି ହୋଇଥିଲେ ୪୯ ଗୋଟି ବିମାନ,

ରାଧାଗୋବିନ୍ଦ ଯାତ୍ରାର ମୁଖ୍ୟ ମାର୍ଗ ଦର୍ଶକ ସାଜିଥିବା ବେଳେ ଧବଳେଶ୍ୱର,ସରପେଶ୍ୱର,ଜଗନ୍ନାଥ, ରଘୁନାଥ, ନୃସିଂହ, ସ୍ବେପଣେଶ୍ୱର ପ୍ରଭୁତି ଏମିତି ୪୯ଗୋଟି ବିମାନ ଗୋବିନ୍ଦ ମନ୍ଦିରରେ ଏକତ୍ର ହୋଇ ଯାତ୍ରାରମ୍ଭ କରିଥିଲେ, ଅର୍ଧ ରାତ୍ରିରେ ବିମାନ ଗୁଡିକ ଦୁର୍ଗାବଜାର ଦୋଳମଣ୍ଡପ ଦୋଳ ବେଦିରେ ରାତ୍ରି ଯାପନ କରିବା ସହିତ

ସକାଳୁ ଦେବୋତ୍ତର ବିଭାଗ ତରଫରୁ ସବୁ ଦେବତା ମାନଙ୍କ ନିକଟରେ ଭୋଗଲାଗି ହେବା ପରେ ରାଧା ଗୋବିନ୍ଦ ଆସ୍ଥାନ ଛାଡି ସବୁ ଠାକୁର ମାନଙ୍କୁ ଧରି ରାଧାଗୋବିନ୍ଦ ମନ୍ଦିର, ଜଗନ୍ନାଥ ମନ୍ଦିର ସହିତ ରାଜାଘର ଠାକୁର ଯଜ୍ଞ ନାରାୟଣ ମନ୍ଦିର ଠାରେ ଏକତ୍ର ହେବା ପରେ ସେଠାରେ ସବୁ ଠାକୁର ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା,ଏଥିରେ ଆଠଗଡ ଉପଜିଲାପାଳ ,ସହରର ବହୁମାନ୍ୟଗଣ୍ୟ ବ୍ୟକ୍ତି,ପୂଜକ ପ୍ରତିନିଧିମାନେ ଯୋଗଦେଇଥିଲେ,ପରେ ସମସ୍ତ ଦିଅଁ ମାନେ ବାହୁଡ଼ି ଯାଇଛନ୍ତି ନିଜନିଜ ମନ୍ଦିରକୁ,

ଶେଷ ହୋଇଛି ଆଠଗଡ ର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ,ସହରରେ ଆଜି ହୋଲି ପର୍ବ ପାଳନ ହେଉଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































