କାଲିଠାରୁ ସିବିଏସ୍ଇର ସମସ୍ତ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର(): ‘କରୋନା’ ପାଇଁ ଆସନ୍ତାକାଲିଠାରୁ ହେବାକୁ ଥିବା ସମସ୍ତ CBSE ପରୀକ୍ଷା ସ୍ଥଗିତ ରହିଛି। ୩୧ ତାରିଖ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ‘କରୋନା’ ସତର୍କତା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ CBSE ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୧୯ରୁ ୩୧ ମଧ୍ୟରେ ହେବାକୁ ଥିବା ପରୀକ୍ଷାର ତାରିଖ ପରେ ଘୋଷଣା କରାଯିବ ବୋଲି CBSE ପକ୍ଷରୁ କୁହାଯାଇଛି।
‘କରୋନା’ ସଂକ୍ରମମ ରୋକିବାକୁ CBSE ଏହି ପଦକ୍ଷେପ ନେଇଥିବା ସୂଚନା ଦେଇଛି। ସମସ୍ତ ସ୍କୁଲ ଏନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଦେଶର ବିଭିନ୍ନ ସେଣ୍ଟରରେ ଚାଲିଥିବା ପରୀକ୍ଷା ଖାତା ମୂଲ୍ୟାୟନକୁ ମଧ୍ୟ ଚଳିତ ମାସ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସିବିଏସ୍ଇ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































