ସାମ୍ବାଦିକ ସଙ୍ଘ ମାଧ୍ୟମରେ କରୋନା ପାଇଁ ସଚେତନତା କଲେ ଷ୍ଟେଟବ୍ୟାଙ୍କ
ଆଠଗଡ, 20/03/20 (ଉଲାପ୍ର)କରୋନାକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଠଗଡ ଶାଖା ପ୍ରଥମକରି ସାରା ଭାରତ ବର୍ଷରେ ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଆଗେଇ ଆସିଛି, ଶୁକ୍ରବାର ଦିନ ଷ୍ଟେଟବ୍ୟାଙ୍କ ଆଠଗଡ ଶାଖାର ପରିଚାଳକ ହରପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ବ୍ୟାଙ୍କ ଆଗରେ ଗ୍ରାହକ ମାନଙ୍କ ଉପସ୍ଥିତିରେ ଗ୍ରାହକ ଓ କର୍ମଚାରୀ ମାନଙ୍କୁ ନେଇ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି,ବ୍ରାଞ୍ଚ ମ୍ୟାନେଜର ହରପ୍ରସାଦ ମିଶ୍ର ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି ଓ ଆଠଗଡ ଉପଖଣ୍ଡ ପୋଲିସ ଅଧିକାରୀ ଆଲୋକ କୁମାର ରାୟଙ୍କୁ ମାସ୍କ ବାନ୍ଧି ସଚେତନତା କରିଥିଲେ,

ଏହି କାର୍ଯ୍ୟକ୍ରମ ରେ ସାହିତ୍ୟିକ ଡ଼ଃ ନାରାୟଣ ପଣ୍ଡା,କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି,

ଆଠଗଡ ସାମ୍ବାଦିକ ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ଉପସଭାପତି ମନୋରଞ୍ଜନ ମହାପାତ୍ର, ସମ୍ପାଦକ ବିଷ୍ଣୁ ପ୍ରସାଦ ଦାସ୍, ସହ ସମ୍ପାଦକ ବିଜୟ ନାୟକ ପ୍ରମୁଖ ବହୁ ସାମ୍ବାଦିକ ଯୋଗଦେଇ ଲୋକ ମାନଙ୍କୁ ସଚେତନ କରିଥିଲେ,କଟକ ଜିଲା ସାମ୍ବାଦିକ ସଙ୍ଘ ଓ ଆଠଗଡ ସାମ୍ବାଦିକ ସଂଘର ମିଳିତ ଆୟୋଜନ ରେ ଭାରତୀୟ ଷ୍ଟେଟବ୍ୟାଙ୍କ ଆଠଗଡ ଶାଖା ର୍ ସୌଜନ୍ୟ ରୁ ଏଭଳି ଏକ କାର୍ଯ୍ୟକ୍ରମ ଭାରତବର୍ଷରେ ପ୍ରଥମକରି ଆଠଗଡ ବ୍ରାଞ୍ଚ କରିପାରିଥିବା ଯୋଗୁ ସବୁ ସ୍ତରରେ ପ୍ରଶଂସା ପାଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































