କରୋନା ନେଇ ଜନସାଧାରଣ ଙ୍କୁ ସଚେତନତା ବାର୍ତା ବାଣ୍ଟିଲା ଗଡଜାତ ପରିକ୍ରମା
ଆଠଗଡ,(ଉଲାପ୍ର): ବିଶ୍ୱବାସୀଙ୍କୁ କରୋନା ଭୟ ଗ୍ରାସ କରିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫୁକୁ ସମର୍ଥନ କରିଛି ଆଠଗଡ ର ସ୍ବେଛାସେବୀ ସଂଗଠନ ଗଡଜାତ ପରିକ୍ରମା,ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ନେତୃତ୍ୱରେ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ରଥଗଡା ଛକ ଠାରୁ ବାହାରି ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ଦୁର୍ଗାବଜାର, ଗୋପବନ୍ଧୁ ଛକ, ବସଷ୍ଟାଣ୍ଡ ପ୍ରଭୁତି ସ୍ଥାନ ମାନଙ୍କରେ ସାଧାରଣ ଜନତା, ବ୍ୟବସାୟୀ, ବସ ରେ ଯାଉଥିବା ଯାତ୍ରୀ,ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ସଚେତନ କରିବା ସହିତ ଜନତା କର୍ଫୁ କୁ ସମର୍ଥନ କରିବା ସହିତ

ରବିବାର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ଗଡଜାତ ପରିକ୍ରମା ର୍ ସଦସ୍ୟ ମାନେ, ଏହି ଶୋଭାଯାତ୍ରାରେ ଗଡଜାତ ପରିକ୍ରମା ର୍ ସମ୍ପାଦକ ଲଲାଟେନ୍ଦୁ ସେନାପତି ଜନସାଧାରଣ ଙ୍କୁ ଲାଉଡ଼ ସ୍ପିକର ମାଧ୍ୟମରେ ସଚେତନତା କରିଥିଲେ, ଏହି ଶୋଭାଯାତ୍ରାରେ ଗଡଜାତ ପରିକ୍ରମା ର୍ ଉପସଭାପତି ସୁରେଶ ଚନ୍ଦ୍ର ପରିଡା

,ସଭ୍ୟ ପ୍ରଭାକର ପଟ୍ଟନାୟକ, ତ୍ରିଲୋଚନ ବେହେରା,ସୁବାସ ଚନ୍ଦ୍ର ରାଉତ,ପ୍ରଫୁଲ ପରିଡା,ବିପ୍ଳବ ଦାସ,ମନୋରଞ୍ଜନ ମହାପାତ୍ର, ଶିବରାମ ରଣା ପ୍ରକାଶ କୁମାର ସେଠୀ ଏବଂ ଜଗଦାନନ୍ଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସଚେତନତା ବାର୍ତ୍ତା ବାଣ୍ଟିଥିଲେ, ଜନସାଧାରଣ ସଚେତନ ହେଲେ କରୋନା ଦୁରେଇ ଦେଇହେବ ବୋଲି ସମସ୍ତେ ଏକ ସ୍ୱରରେ ପ୍ରକାଶ କରିଥିଲେ, ଆମେ ନିଜେ ସଚେତନ ହେବା ସହିତ ଅନ୍ୟ ମାନଙ୍କୁ ସଚେତନତା କରିବା ପାଇଁ ଗଡଜାତ ପରିକ୍ରମା ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲା।
Odia 






































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































