ଆଠଗଡ ଜିମସାର ଠାରେ କରୋନା ଚିକିତ୍ସା କେନ୍ଦ୍ର ଖୋଲାଯିବ, ଦୁଇଶହ ବେଡ଼ ଓ ପାଞ୍ଚଗୋଟି ଆଇସିୟୁ ରଖାଯିବ
ଆଠଗଡ ର୍ ମାଧବପୁର ଠାରେ ଥିବା ଜିମସାର ମେଡ଼ିକାଲ କୁ ସରକାର କରୋନା ଚିକିତ୍ସା କେନ୍ଦ୍ର କରିବା ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ କରିଛନ୍ତି,ଏହି ମେଡ଼ିକାଲ ଟି ସମାଜ ଅନୁଷ୍ଠାନ ତରଫରୁ ହୋଇଥିବା ଯୋଗୁ ଗତ ସପ୍ତାହରେ କଟକ ଜିଲାପାଳ ମେଡ଼ିକାଲ ପରିଦର୍ଶନ କରି ଏହାର ଅଧକ୍ଷ ନିରଞ୍ଜନ ରଥଙ୍କ ସହିତ ବିଶେଷ ଆଲୋଚନା କରିଥିଲେ,ଆଜି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର, ବାଳକୃଷ୍ନ, ପୂର୍ତ୍ତବିଭାଗ ସଚିବ କିଶନ କୁମାର,କଟକ ଜିଲାପାଳ ଭବାନୀ ଶଙ୍କର ଚୟନି, ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି,କଟକ ସଦର ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର,

ସିଡ଼ିଏମଓ ସତ୍ୟବ୍ରତ ଛୋଟରାୟ, ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ଗୋପବନ୍ଧୁ ମେଡ଼ିକାଲ ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ସହିତ ଘଟଣା ସ୍ଥଳ ପରିଦର୍ଶନ କରି ସମସ୍ତ ପ୍ରସ୍ତୁତି ଦେଖି ଫେରି ଯାଇଛନ୍ତି,

ଏଠାରେ ଏକ ସହ କ୍ୱାରେଣ୍ଟାଇନ୍ ବେଡ଼,ଏକସହ ଆଇସୋଲୋସନ ବେଡ଼,ପାଂଚଗୋଟି ଆଇସିୟୁ ବେଡ଼ ରଖାଯିବାର ବ୍ୟବସ୍ଥା କରାଯାଇଛି,ସରକାର କୋବିଡ଼ 19 ପାଇଁ କଟକ ଜିଲାର ଆଠଗଡ , ବାଙ୍କୀ, ତିଗିରିଆ,ବଡମ୍ବା,ନରସିଂପୁର, ଚୌଦ୍ୱାର ପ୍ରଭୁତି ଲୋକେ ଏହାର ବିଶେଷ ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶ ଦାତା ଆର,ବାଲ କୃଷ୍ନ ପ୍ରକାଶ କରିଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































