ମୁଖ୍ୟମନ୍ତ୍ରୀ ଙ୍କ କରୋନା ଶପଥ କୁ ଗ୍ରାମରେ ପହଞ୍ଚାଇଲେ ବିଜେଡି ଯୁବସଙ୍ଗଠକ ଅଭୟ ବାରିକ
ସମଗ୍ର ବିଶ୍ୱରେ ମହାମାରୀ କରୋନା କୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡ଼ାଉନ ଜାରୀ ହୋଇଥିବା ବେଳେ ସବୁ ରାଜ୍ୟରେ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେବା ପାଇଁ ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ପ୍ରତି ପଞ୍ଚାୟତ ରେ ପ୍ରାୟ ୨୦୦ ଲୋକମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଗତ ଦୁଇଦିନ ତଳେ ଗଣମାଧ୍ୟମରେ ପ୍ରକାଶ କରିଥିଲେ।

ବର୍ତ୍ତମାନ ସୁଦ୍ଧା ପ୍ରଶାସନିକ ଅଧିକାରୀ ମାନେ ଆଠଗଡ ଅଂଚଳରେଏ ପର୍ଯ୍ୟନ୍ତ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ପାରି ନାହାନ୍ତି,

ଏହି ଭଳି ଏକ ଦୁଃଖଦ ପରିସ୍ଥିତି ରେ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର ଯୁବ ସଙ୍ଗଠକ, ତଥା ଅବସର ପ୍ରାପ୍ତ ସେନାବିଭାଗର କର୍ମଚାରୀ ଅଭୟ ବାରିକ ଆଜି ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଂଚାୟତ ର କଲୋନୀ ସାହି, ଏବଂ ରାଉତରାପୁର ର ହରିଜନ ସାହିରେ ହଜାର ରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ରନ୍ଧା ଖାଦ୍ୟ, ମାସ୍କ, ସାନିଟାଇଜର,

ସହ ଶପଥ ପାଠ କରାଇଥିଲେ। ଯାହାକୁ ନେଇ ସାରା ଅଞ୍ଚଳରେ ଅଭୟ ଙ୍କ ଏଭଳି ମହତ କାର୍ଯ୍ୟ କୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































