ଜାରି ହେଲା ୧୪୪ ଧାରା, ମନ୍ଦିରରେ ଲାଗିଲା ନୋଟିସ
ଆଠଗଡ (୦୧/୦୪/୨୦୨୦) : କରୋନା ପାଇଁ ଟଣା ହେବନି ଜମ୍ବେଶ୍ୱର ଙ୍କ ରୁକୁଣା ରଥ,ଜାରି ହେଲା ୧୪୪ ଧାରା, ମନ୍ଦିରରେ ଲାଗିଲା ନୋଟିସ କରୋନା ବିଗାଡି ଦେଇଛି ଜନଜୀବନକୁ,ଖାଲି ଜନଜୀବନ ଯେ ବିଗିଡି ଯାଇଛି ତା ନୁହେଁ,ଶହଶହ ବର୍ଷର ପରମ୍ପରା ରେ କରୋନା ଭୁତାଣୁ ମଧ୍ୟ ଲାଗି ଯାଇଛି,ସବୁ ଦେବାଦେବୀ ମନ୍ଦିର ଆଜି ତାଲା ପଡିଛନ୍ତି,

ଆଜି ହେଉଛି ଉତ୍କଳ ଦିବସ ତା ସହିତ ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା, କାହିଁ କେଉଁ କାଳରୁ ଆଠଗଡ ବ୍ଲକ ରାଧାଦାମୋଦରପୁର ଗ୍ରାମର ଜମ୍ବେଶ୍ୱର ମହାଦେବଙ୍କ ନିକଟରେ ଏହି ରୁକୁଣା ରଥ ଟଣା ହୋଇଆସୁଥିଲା,ଏହାର ବିଶେଷତ୍ୱ ହେଉଛି ବାବା ଜମ୍ବେଶ୍ୱରଙ୍କ ନିକଟରେ ଭକ୍ତମାନେ ରାତିରେ ରଥ ଟାଣି ଥାନ୍ତି,ଦୂରଦୂରାନ୍ତରୁ ଭକ୍ତମାନେ ରଥ ଟାଣିବା ପାଇଁ ଗ୍ରାମରେ ଏକତ୍ର ହୋଇଥାନ୍ତି,ଗ୍ରାମ ହୋଇଉଠେ ଉତ୍ସବ ମୁଖର, ହେଲେ କରୋନା ରୂପୀ ରାକ୍ଷସ ଭାଇରସ ଆଜି ସାରା ବିଶ୍ୱକୁ କରାୟତ କରିଥିବା ବେଳେ ଏହାର ପ୍ରଭାବ ରେ ଆଜି ଏକାଠି ହେବାକୁ ବାରଣ କରାଯାଇଛି, ଆଉ ଆଠଗଡ ପ୍ରଶାସନ ଯାତ୍ରା ଉପରେ ଅଙ୍କୁଶ ଲଗାଇ ୧୪୪ ଧାରା ଜାରିକରିଛନ୍ତି ଜନସାଧାରଣ ଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଏଠି ସ୍ୱୟଂ ଭଗବାନ ମଧ୍ୟ କ ରୋନା ରାକ୍ଷସ ପାଖରେ ଯେମିତି ହାର ମାନି ଯାଇଛନ୍ତି,ଏହି ପୀଠଟି ହେଉଛି ପଞ୍ଚୁ ପାଣ୍ଡବଙ୍କ ପୀଠ,

ପନ୍ଚୁପାଣ୍ଡଵ ଅଜ୍ଞାତବାସ ସମୟରେ ଏହି ଠାରେ ରାତ୍ରି ଯାପନ କରିଥିଲେ,ପଞ୍ଚୁ ପାଣ୍ଡବଙ୍କ ଖନ୍ଦାଶାଳ ଏଠାରେ ଥିବାର କିମ୍ବଦନ୍ତୀ କହେ,ବହୁ ଦୁରାରୋଗ ଜମ୍ବେଶ୍ୱର ଙ୍କ ପାଖରେ ଭଲ ହୁଏ ବୋଲି ବିଶ୍ଵାସ ରହିଛି,ହେଲେ ପ୍ରଭୁ ଆଜି ନିରୁପ୍ରାୟ,

ପ୍ରଭୁଙ୍କ ଗେଟରେ ତାଲା ପକାଯାଇ ୧୪୪ ଧାରା ଜାରି କରାଯାଇଛି, କରୋନା ଆଗରେ ପ୍ରଭୁ ମଧ୍ୟ ହାର ମାନିଯାଇଛନ୍ତି,ଶହଶହ ବର୍ଷର ପରମ୍ପରା ରେ ଆସିଛି ଏକ ବିରାଟ ଶୂନ୍ୟସ୍ଥାନ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































