ଚତୁର୍ଥ ଦିନରେ ମଙ୍ଗୁଳିରେ ଖାଦ୍ୟସାମଗ୍ରୀ ବାଣ୍ଟିଲେ ଯୁବ ସଂଗଠକ ଅଭୟ ବାରିକ
କରୋନା ନେଇ ସାରା ଦେଶ ନବମ ଦିନରେ ଲକ ଡାଉନ ଥିବାବେଳେ ଆଠଗଡ ନିର୍ବାଚନ ମଣ୍ଡଳୀ ର୍ ଯୁବ ସଂଗଠକ ଅଭୟ ବାରିକ ଚତୁର୍ଥ ଦିନ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ର୍ ମଙ୍ଗୁଳି ଠାରେ ଟ୍ରକ ଡ୍ରାଇଭର ଓ ହେଲ୍ପର ମାନଙ୍କୁ ଖାଦ୍ୟସାମଗ୍ରୀ ବଣ୍ଟନ କରିଛନ୍ତି,ସାରାଦେଶ ଲକ ଡାଉନ ଥିବାବେଳେ ଜାତୀୟ ରାଜପଥରେ ଯାଉଥିବା ଟ୍ରକ ଡ୍ରାଇଭର ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ଯୁବ ସଂଗଠକ ଅଭୟ ବାରିକ ,ସରୋଜ ଦାସ ତଥା ତାଙ୍କ ସଂଗଠନର ଅନ୍ୟ କର୍ମକର୍ତା ମାନେ ମଙ୍ଗୁଳି ଛକରେ ପହଁଚି ସେଠାରେ ଖାଇବା ପାଇଁ ଆଉଟୁପାଉ ଟୁ ହେଉଥିବା ଟ୍ରକ ଡ୍ରାଇଭର ଓ ହେଲ୍ପର ମାନଙ୍କୁ ରୁଟି,ଡାଲମା,ପିଆଜ,

ପାଣି ବୋତଲ ପ୍ରଭୂତି ପ୍ରଦାନ କରିବା ସହିତ ମାସ୍କ ଓ ସାନିଟାଇଜର ପ୍ରଭୁତି ପ୍ରଦାନ କରିଥିଲେ,ବିଶେଷକରି ଜାତୀୟ ରାଜପଥରେ ଯା ଆସ କରୁଥିବା ଟ୍ରକ ଗୁଡିକ ମଧ୍ୟରୁ ଅଧିକାଂଶ ପଞ୍ଜାବ,ଉତ୍ତରପ୍ରଦେଶ,ଦିଲ୍ଲୀ, ହରିୟାନା ପ୍ରଭୁତି ରାଜ୍ୟର ହୋଇଥିବାରୁ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରି ମାନବସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି ଅଭୟ ବାରିକ,ଲକ ଡାଉନ ଶେଷ ପର୍ଯ୍ୟନ୍ତ ଏମିତି ଖାଦ୍ୟସାମଗ୍ରୀ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































