କାନପୁର ରେ ଟ୍ରାକ୍ଟର ଚକାରେ ପମ୍ପ ଦେଲାବେଳେ ଘଟିଲା ଅଭାବନୀୟ ଘଟଣା, ମେକାନିକ ମୃତ
                                ବଡମ୍ବା ନରସିଂପୁର ନିର୍ବାଚନ ମଣ୍ଡଳୀ ର୍ କାନପୁର ରେ ଏକ ଅଭାବନୀୟ ଘଟଣା ଘଟିଛି,ଭୋର ଚାରିଟା ସମୟରେ ଟ୍ରାକ୍ଟର ଚକାରେ ପମ୍ପ ଦେଉଥିବା ବେଳେ ଚକା ଫାଟିଯିବାରୁ ମେକାନିକ ଜଣକର ଘଟଣା ସ୍ଥଳରେ ମୃତୁ ଘଟିଛି,ଟ୍ରାକ୍ଟର ଚକାରେ ଅଧିକ ପମ୍ପ ହୋଇଯିବା ଯୋଗୁ ଚକା ଫାଟିଯାଇଥିବା ଅନୁମାନ କରାଯାଉଛି, ମୃତକଙ୍କ ନାଁ ଲକ୍ଷ୍ମୀଧର ସାହୁ,ସେ କାନପୁର ମହାଦେବ ସାହିର ବୋଲି ଜଣାପଡିଛି,ମୃତ ବ୍ୟକ୍ତିଙ୍କ ଶବକୁ କାନପୁର ପୋଲିସ ଜବତ କରି ବଡମ୍ବା ମେଡ଼ିକାଲ ପଠାଇଥିଲା, ସେଠାରେ ମୃତଦେହ ବ୍ୟବଛେଦ ହେବା ପରେ ମୃତକଙ୍କ ଶବକୁ କାନପୁର ଗ୍ରାମକୁ ଅଣାଯିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

        
            
 Odia 






































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































