ଆଠଗଡ ସହର ଜଳ ଯୋଗଣର କରୁଣ ଚିତ୍ର
ଆଠଗଡ,(ଉଲାପ୍ର)ଇଏ ଆମ ଆଠଗଡ ସହର, ଆଉ ଆଠଗଡ ସହରର ଜଳଯୋଗଣର କରୁଣ ଚିତ୍ର ଓ ବାସ୍ତବିକ ଚିତ୍ର,ସାରା ବିଶ୍ୱ ବର୍ତ୍ତମାନ ଜୁଝୁଛି କରୋନାକୁ ନେଇ,ହେଲେ ଆଠଗଡ ସହରରେ ନା ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଚିନ୍ତା ଅଛି ନା ସହରକୁ ଜଳ ଯୋଗାଉଥିବା ସହରାଞ୍ଚଳ ଜଳଯୋଗଣ ବିଭାଗର ଚିନ୍ତାଅଛି, କୌଣସି ସଭ୍ୟ ସମାଜରେ ଏମିତି ଲୋକେ ପାଣି ନେଉଥିବା ଦୃଶ୍ୟ ଆପଣ ମାନେ କୋଉଠି ଦେଖିନଥିବେ,

ଏ ଚିତ୍ର ବୟାନ କରୁଛି ଆଠଗଡ ଏକନମ୍ବର କୁ ନେଇ,ଏ ଚିତ୍ର ହେଉଛି ଆଠଗଡ ସହରର କନ୍ତୋଲ ଅଂଚଳର, ଯେଉଁଠି ବେଶି ରାଜନୀତି ହୁଏ ଆଉ କାମ କମ ହୁଏ,ଦୀର୍ଘ କୋଡିଏ ବର୍ଷ ହେଲା ଆମେ ଏ ଦୃଶ୍ୟ ଦେଖି ଆସୁଛୁ,

ଏହି ଅଂଚଳରେ ମାଳ ମାଳ କୁଜି ନେତା ହେଲେ କାହାର ସାହାସ ନାହିଁ ଡ୍ରେନ ଭିତରେ ଥିବା ପାଣି ପାଇପକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ,ବାରମ୍ବାର ସହରାଞ୍ଚଳ ଜଳଯୋଗଣ ବିଭାଗରେ ଅଭିଯୋଗ ହୋଇଛି ହେଲେ କାର୍ଯ୍ୟ ସୁନ୍,ଏପରି ଅବସ୍ଥାରେ ଇଏ ହେଉଛି ଆଜିର ସ୍ଥିତି,ବାଘେଟି ସାହିର ବାସିନ୍ଦା ମାନେ ଡ୍ରେନକୁ ଯାଇ ଡ୍ରେନ ଭିତରୁ ପିଇବା ପାଣି ସଂଗ୍ରହ କରିବା ତାଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହୋଇସାରିଲାଣି, ଏନ୍ଏସି ଦେଖୁଚି, ଜଳଯୋଗଣ ବିଭାଗ ଦେଖୁଚି, ପ୍ରଶାସନ ଦେଖୁଛି, ଏଠାକାର କୁଜିନେତା ମାନେ ଦେଖୁଛନ୍ତି ହେଲେ କାର୍ଯ୍ୟାନୁଷ୍ଠାନ ସୁନ୍,

ଆଉ କେତେଦିନ ଏପରି ପୋଚରା ପାଣି ପିଇବେ ଏହି ବାଘେଟି ସାହି ବାସିନ୍ଦା ମାନେ,ଓ ସେମାନେ ହେଉଛନ୍ତି ନୀଚ ବର୍ଗର ତେଣୁ ତାଙ୍କ ପାଇଁ କେହି କହିବାକୁ ନାହିଁ,ଏହିଭଳି ଲୋକମାନଙ୍କୁ ଆଉ ଆଠଗଡ ବିଜ୍ଞାପିତ ଅଂଚଳ ପରିଷଦ କେତେଦିନ ଏମିତି ଡ୍ରେନରେ ପଶି ପାଣି ପିଇବାକୁ ହେଉଥିବ,ଏହାର ତୁରନ୍ତ ସମାଧାନ କରିବାକୁ ଉଦୟଲାବଣ୍ୟ ତରଫରୁ ଦାବି କରାଯାଉଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































