ଆଠଗଡ ପ୍ରଶାସନ ଓ ପୋଲିସ ଏବେ ପୁରା ଆକ୍ଟିଭ
ଆଠଗଡ, (ଉଲାପ୍ର)ଆଠଗଡ ପ୍ରଶାସନ ଓ ପୋଲିସ ଏବେ ପୁରା ଆକ୍ଟିଭ, ସାରା ବିଶ୍ୱକୁ କରୋନା କବଳିତ କରି ରଖିଥିବା ବେଳେ ଭାରତ ମଧ୍ୟ ପଛରେ ପଡ଼ିନାହିଁ,ଆଉ ଓଡିଶା କଥା ଯଦି କହିବା କେବଳ ଭୁବନେଶ୍ୱର ରେ କରୋନା ପଜିଟିଭ ବଢ଼ିବଢି ଚାଲିଛି, ଏପରି ଅବସ୍ଥାରେ କଟକ ଜିଲା ଆଠଗଡ ରେ ବୁଧବାର ଠାରୁ ପ୍ରଶାସନ ଓ ପୋଲିସ ପୁରା ଆକ୍ଟିଭ ହୋଇ ଉଠିଛି,ସକାଳ ସାତଟା ଠାରୁ ଦଶଟା ପର୍ଯ୍ୟନ୍ତ ପନି ପରିବା ଦୋକାନ ଓ ଗ୍ରସୋରି ଦୋକାନ ଖୋଲା ରହୁଥିବା ବେଳେ ଅମାନିଆ ଲୋକମାନେ ବାରମ୍ବାର ରାସ୍ତା ଉପରକୁ ଚାଲି ଆସୁଛନ୍ତି, ଆଉ ଏମାନଙ୍କୁ ସାବାଡ଼ କରିବା ପାଇଁ ବୁଧବାର ଠାରୁ ଉପଜିଲାପାଳ ଅଜାମ୍ବର ମହାନ୍ତି ଓ ଡ଼ିଏସପି ଆଲୋକ ରଞ୍ଜନ ରାୟ ପୁରୁଣା ବସ ଷ୍ଟାଣ୍ଡ ଠାରେ ବାଇକ ଗୁଡିକ ଉପରେ କଡା ନଜର ରଖିଥିଲେ,ଦିନ ଦଶଟା ପରେ ପୋଲିସର ଅପରେସନ କାର୍ଯ୍ୟ ଆରମ୍ଭ କରାଯାଇଥିଲା,ଅପରାହ୍ନ ୨ଟା ସୁଦ୍ଧା ସହର ମଧ୍ୟରେ ଅବାଧରେ ପ୍ରବେଶ କରି ଗାଡି ଚଳାଉଥିବା ଅମାନିଆ ମାନଙ୍କ ଠାରୁ ୬୦ ରୁ ଅଧିକ ବାଇକ ଜବତ କରିଛନ୍ତି,ଏ ସମ୍ପର୍କରେ ଆଠଗଡ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି, ସନ୍ଧ୍ୟାରେ କଟକ ଏସପି ରାଧା ବିନୋଦ ପାଣିଗ୍ରାହୀ, ଅତିରିକ୍ତ

ଏସପି ଅଲେଖ ଚନ୍ଦ୍ର ପହି,ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି,ତହସିଲଦାର ତପନ ଖୁଣ୍ଟିଆ,

ଡିଏସପି ଆଲୋକ ରଞ୍ଜନ ରାଏ, ଆଇଆଇସି ଜ୍ଞାନରଞ୍ଜନ ମିଶ୍ର,ଆଠଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଆଠଗଡ ଥାନାରେ ପହଁଚି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଆଗାମୀକାଲି ଠାରୁ ଆଠଗଡ ସହର ସହିତ ଉପଖଣ୍ଡ ର୍ ତିଗିରିଆ,ବଡମ୍ବା,ନରସିଂପୁର, ଖୁଣ୍ଟୁଣି,ଗୁରୁଡ଼ିଝାଟିଆ, ମାଣିଆବନ୍ଧ,କାନପୁର ପ୍ରଭୁତି ଅଞ୍ଚଳରେ ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି, ଏବେଠାରୁ ସୁଧୁରି ଯାଅ ରେ ଅମାନିଆ ମାନେ,ଆଉ ବାଇକ ଧରି ରାସ୍ତାକୁ ଆସ ନାହିଁ,ଆସିଲେ ଏଥର ବୁଦ୍ଧି ଶିଖିବ
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































