ବଡ଼ବଡ଼ ବାଇଗଣ ପୁଣି ଆଠଗଡ କୁ ଫେରିଲା,ଗୋଟିଏ ବାଇଗଣର ଓଜନ ଷୋଳସହ ଗ୍ରାମ,ସରକାରୀ ସହଯୋଗ ଆବଶ୍ୟକ
ଆଠଗଡ,(ଉଲାପ୍ର)ଦିନଥିଲା ବଡ଼ବଡ଼ ବାଇଗଣ ପାଇଁ ଆଠଗଡ ଦେଶ ବିଦେଶରେ ବେଶ ସୁନାମ ଅର୍ଜନ କରିଥିଲା,ହେଲେ ଗତ ତିରିସବର୍ଷ ହେଲା ଆଠଗଡ ରେ ସେ ବଡ଼ବଡ଼ ବାଇଗଣ ଆଉ ଫଳୁନାହିଁ, ତାହାର କାରଣ ଯାହା ଥାଉ ନା କାହିଁକି ଏବେ ପୁନର୍ବାର ବଡ଼ବଡ଼ ବାଇଗଣ ଫଳାଇବାରେ ସଫଳ ହୋଇଛନ୍ତି ଆଠଗଡ ବ୍ଲକ ଖୁଣ୍ଟୁଣି ଗ୍ରାମର ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ଚାଷୀ,ଦିନଥିଲା ଆଠଗଡର ସଠିଲୋ,ବାସି ଦେଇପୁର,ସମସରପୁର ପ୍ରଭୁତି ଗ୍ରାମ ମାନଙ୍କରେ ବଡ଼ବଡ଼ ବାଇଗଣ ଫଳୁଥିଲା,ଆଉ ଏହି ବାଇଗଣ ଚାଷ କରି ଏହି ଅଂଚଳର ଚାଷୀ ମାନେ ଦେଶ ବିଦେଶରେ ବେଶ ସୁନାମ ଅର୍ଜନ କରିଥିଲେ,୧୯୮୦ ଦଶକରେ ସମସରପୁର ଗ୍ରାମର ପୂର୍ବତନ ସରପଞ୍ଚ ତଥା ଜଣେ ଭଲ ଚାଷୀ କଣ୍ଡୁରୀ ଚରଣ ନାୟକ ଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ ବାଇଗଣ ଚାଷ ପାଇଁ ଆଠଗଡ ବ୍ଲକ ପୁରସ୍କୃତ ହୋଇଥିଲା,

ବଡ଼ବଡ଼ ବାଇଗଣର ଆଦର ସାରା ଓଡ଼ିଶାରେ ମଧ୍ୟ ଥିଲା,କଟକ ହେଉ କି ଭୁବନେଶ୍ୱର ମାର୍କେଟକୁ ଯଦି ଏହି ଆଠଗଡ ବାଇଗଣ ପହଞ୍ଚୁ ଥିଲା ଖାଉଟି ଆଗ ନେଇଯାଉଥିଲେ,ହେଲେ ଆଠଗଡ ରେ ଏହି ବଡ଼ବଡ଼ ବାଇଗଣ ଚାଷ କାହିଁକି ଲୋପ ପାଇଲା ତା ଉପରେ କୃଷି ବିଭାଗ ତରଫରୁ କୌଣସି ତଦାରଖ କରାଗଲା ନାହିଁ କିମ୍ବା ଚାଷୀଙ୍କୁ ସରକାରୀ ସହାୟତା ନମିଳିବା ଯୋଗୁ ଚାଷୀ ବାଇଗଣ ଚାଷରୁ ଓହରି ଗଲେ,ଆଉ ଏବେ ଆଠଗଡ ପାଇଁ ଏକ ଖୁସି ଖବର ଆସିଛି ଖୁଣ୍ଟୁଣି ଗ୍ରାମରୁ,

ଖୁଣ୍ଟୁଣି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କିରଣ କୁମାର ମହାପାତ୍ର ନିଜ ବାଡ଼ିରେ ବାଇଗଣ ଚାଷ କରିଛନ୍ତି,ଆଉ ତାଙ୍କ ବାଡ଼ିରେ ଗୋଟିଏ ଗୋଟିଏ ବାଇଗଣ ଷୋଳସହ ଗ୍ରାମ ରୁ ଅଧିକ ଓଜନର ହୋଇଥିବାର ଜଣାପଡିଛି, ସେ ଏହି ବାଇଗଣ କୁ ବିହନ ଭାବେ ରଖିବେ ବୋଲି ପ୍ରକାଶ କରିଛନ୍ତି, ଆଠଗଡ କୃଷିବିଭାଗ ତୁରନ୍ତ ଏହି ଘଟଣା ଉପରେ ଦୃଷ୍ଟି ଦେବାକୁ ଉଦୟଲାବଣ୍ୟ ତରଫରୁ ସରକାରଙ୍କ ଠାରେ ଦାବି କରାଯାଉଛି,

ସରକାର କରୋନା ପାଇଁ ଚିନ୍ତାରେ ଥିବା ବେଳେ ଆଠଗଡ ରେ ଷୋଳସହ ଗ୍ରାମର ବାଇଗଣ ଫଳିବା ନିଶ୍ଚିତ ଭାବେ ଚାଷୀର ପାରିବା ପଣିଆକୁ ସୂଚିତ କରୁଛି, ଏହି ବାଇଗଣ କୁ ସରକାରଙ୍କ କୃଷିବିଭାଗ ତୁରନ୍ତ ଚାଷୀଙ୍କୁ ପ୍ରୋସ୍ଥାହନ ଦେଇ ବିହନ ଭାବେ ଏହି ବାଇଗଣକୁ ରାଜ୍ୟରେ ଚାଷପାଇଁ ରଖିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଥିବା ବେଳେ କେତେକ ଏହି ବାଇଗଣର ନାଁ କରୋନା ବାଇଗଣ ରଖିବା ପାଇଁ ଦାବି କରିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































