କରୋନା ନେଲା ପାକ୍ କ୍ରିକେଟରଙ୍କ ଜୀବନ
“
ପେଶାୱର: ପାକିସ୍ତାନର ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଜାଫର୍ ସର୍ଫରାଜଙ୍କ କରୋନାଭାଇରସ୍ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଛି। ଜିଓ ଟିଭି ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ସର୍ଫରାଜ ସୋମବାର ରାତିରେ ସ୍ଥାନୀୟ ହସ୍ପିଟାଲରେ କରୋନାଭାଇରସ୍ କାରଣରୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୫୦ ବର୍ଷୀୟ ସର୍ଫରାଜ ପାକିସ୍ତାନର ପ୍ରଥମ ପେସାଦାର କ୍ରିକେଟର୍, ଯାହାଙ୍କର କରୋନାଭାଇରସ୍ ଯୋଗୁ ମୃତ୍ୟୁ ହୋଇଛି।
ଗତ ମଙ୍ଗଳବାର ସର୍ଫରାଜଙ୍କ କରୋନାଭାଇରସ୍ ଟେଷ୍ଟ ପଜିଟିଭ୍ ଆସିଥିଲା ଏବଂ ସେ ଗତ ତିନିଦିନ ହେବ ଭେଣ୍ଟିଲେଟରରେ ଥିଲେ। ସର୍ଫରାଜ ପାକିସ୍ତାନର ଅନ୍ତର୍ଜାତୀୟ କ୍ରିକେଟର ଅଖତର ସର୍ଫରାଜଙ୍କ ଭାଇ ଥିଲେ, ଯିଏ ଡିସେମ୍ବର, ୧୯୯୭ରୁ ଅକ୍ଟୋବର ୧୯୯୮ ପର୍ଯ୍ୟନ୍ତ ଜାତୀୟ ଦଳ ପକ୍ଷରୁ ୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୬୬ ରନ୍ କରିଛନ୍ତି। ଗତବର୍ଷ ପେଶାୱରରେ ଅଖତର ସର୍ଫରାଜ କ୍ୟାନସର୍ ଯୋଗୁ ମୃତ୍ୟୁବରଣ କରିଥିଲେ।
ଜାଫର ସର୍ଫରାଜ ୧୯୮୮ରୁ ୧୯୯୪ ପର୍ଯ୍ୟନ୍ତ ପ୍ରଥମଶ୍ରେଣୀ ଏବଂ ୧୯୯୦ରୁ ୧୯୯୨ ପର୍ଯ୍ୟନ୍ତ ଲିଷ୍ଟ-ଏ କ୍ରିକେଟ୍ ଖେଳିଥିଲେ। ସେ ପେଶାୱର ପକ୍ଷରୁ ୧୫ ପ୍ରଥମଶ୍ରେଣୀ ମ୍ୟାଚରେ ୬୧୬ ରନ୍ କରିଥିଲେ। ସେ ୨୦୦୦ରେ ପେଶାୱର ସିନିୟର ଏବଂ ଅଣ୍ଡର-୧୯ ଟିମର କୋଚ୍ ଥିଲେ।
କରୋନାଭାଇରସ୍ ଯୋଗୁ ଗତମାସରେ ପାକିସ୍ତାନର ପୂର୍ବତନ ସ୍କ୍ୱାସ୍ ଖେଳାଳି ଆଜମ ଖାନଙ୍କର ୯୫ ବର୍ଷ ବୟସରେ ଲଣ୍ଡନରେ ମୃତ୍ୟୁ ହୋଇଥିଲେ। ୧୯୫୯-୬୨ ମଧ୍ୟରେ ଲଗାତର ଚାରିଥର ବ୍ରିଟିଶ ଓପନ୍ ଟାଇଟଲ୍ ଜିତିଥିଲେ। ପାକିସ୍ତାନରେ କରୋନା ଯୋଗୁ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି।”
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































