ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ କଥାକୁ ବେଖାତିର କଲେ ଆଠଗଡ ରେଞ୍ଜର ଆୟେସା ନିଶା, ସତର ବର୍ଷ ଧରି ଚାକିରୀ କରିଥିବା ପାରା କର୍ମଚାରୀଙ୍କୁ ଲକ ଡାଉନ ବେଳେ ବିଦା କଲେ
ଆଠଗଡ,(ଉଲାପ୍ର)ଆଠଗଡ ବନଖଣ୍ଡ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ଆଠଗଡ ରେଞ୍ଜରେ ଚାକିରୀ କରିଥିବା ଦୁଇଜଣ ପାରା କର୍ମଚାରୀ ଙ୍କୁ ଆଠଗଡ ରେଞ୍ଜର ଚାକିରିରୁ ବିଦା କରିଦେଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ସରକାରୀ ବାସଭବନରୁ ମଧ୍ୟ ଲକ ଡାଉନ ବେଳେ ବାହାର କରିଦେଇଛନ୍ତି, ଏଭଳି ହୀନମାନ୍ୟତା ଓ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଆଠଗଡ ରେଞ୍ଜରେ,

ଢ଼ାଇପୁର ଗ୍ରାମର ମଦନ ମୋହନ ରାଉତ ଦୀର୍ଘ ସତର ବର୍ଷ ଧରି ଆଠଗଡ ରେଞ୍ଜରେ ପାରା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ,

ଏହାର କିଛିବର୍ଷ ପରେ ତାଙ୍କ ସ୍ତ୍ରୀ ସରୋଜିନୀ ରାଉତ ରେଞ୍ଜ ଅଫିସରେ ସୁଇପର ଭାବେ କାର୍ଯ୍ୟ କରିବା ପରେ ଉଭୟଙ୍କୁ ପୂର୍ବତନ ରେଞ୍ଜର ଅଫିସ ଭିତରେ ଏକ କ୍ୱାର୍ଟର ପ୍ରଦାନ କରିବା ପରେ ସେମାନେ ନିଜ ପିଲାପିଲିଙ୍କୁ ନେଇ ଏଠାରେ ରହୁଥିଲେ, ଆଜି ହଟାତ ଏହି ଦୁଇ କର୍ମଚାରୀ ଙ୍କୁ ମହିଳା ରେଞ୍ଜର ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଚାକିରିରୁ ଓ କ୍ୱାର୍ଟର ରୁ ବାହାର କରିଦେବା ପରେ ଏବେ ଏହି କର୍ମଚାରୀ ପରିବାର ଦାଣ୍ଡର ଭିକାରୀ ହୋଇଯାଇଛନ୍ତି,

କରୋନା ପାଇଁ ସବୁଆଡେ ଲକ ଡାଉନ ଥିବା ବେଳେ ଆଠଗଡ ରେଞ୍ଜର ତାଙ୍କର ମାନବିକତା ଭୁଲି ଯାଇଛନ୍ତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲକ ଡାଉନ ସମୟରେ କୌଣସି କର୍ମଚାରୀ ଙ୍କୁ ଚାକିରିରୁ ବାହାର ନକରିବା ପାଇଁ ନିବେଦନ କରିଥିବା ବେଳେ ଆଠଗଡ ମହିଳା ରେଞ୍ଜର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ କଥାକୁ ଫୁ ରେ ଉଡାଇ ଦେଇଛନ୍ତି, ଲକ ଡାଉନ ବେଳେ ସାଧାରଣ ଲୋକ ନିଜର ମାନବିକତା ଦେଖାଉ ଥିବା ବେଳେ ଆଠଗଡ ରେଞ୍ଜରଙ୍କ ମାନବିକତାକୁ ସମ୍ପୂର୍ଣ ଜଳାଞ୍ଜଳି ଦେଇଥିବା ଆଲୋଚନା ହେଉଛି,ତୁରନ୍ତ ରାଜ୍ୟ ସରକାର ଏହି ଘଟଣା ଉପରେ ପଦକ୍ଷେପ ନେବାକୁ ଗଡଜାତ ପରିକ୍ରମା ତରଫରୁ ଦାବି କରାଯିବା ସହିତ ଆଠଗଡ ରେଞ୍ଜରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଦାବି ହୋଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































