ସୂର୍ଯ୍ୟ ଚାରିପାଖରେ ବଳୟ; ମେଘ ଓ ଆଲୋକ ଦ୍ବାରା ସଂଗଠିତ ଏକ ଅସାଧାରଣ ଦୃଶ୍ୟ
ଭୁବନେଶ୍ବର: ସମୟ ସମୟରେ ଆମେ ସୂର୍ଯ୍ୟ ଚାରିପାଖରେ ଏକ ବଳୟ ବା ରିଙ୍ଗ(ଇଂରାଜୀରେ ହାଲୋ) ଦେଖିଥାଉ। ରବିବାର ସୂର୍ଯ୍ୟ ଚାରିପାଖରେ ଏହିପରି ଇନ୍ଦ୍ରଧନୁର ରଙ୍ଗ ଥିବା ଏକ ବଳୟ ଆମ ରାଜ୍ୟର ଅନେକ ସ୍ଥାନରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଦେଖାଯାଇଥିଲା। ସମସ୍ତଙ୍କ ମନରେ ପ୍ରଶ୍ନ ଏହି ଅସାଧାରଣ ଦୃଶ୍ୟଟି କାହିଁକି ଘଟୁଛି। ଏପରି ଆଉ କେବେ ଦେଖାଯିବ। ଏପରି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି।
ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ବାରା ସଂଗଠିତ ଏକ ଅସାଧାରଣ ଦୃଶ୍ୟ। ଯାହାକୁ ଆମ ଆଖିର ଏକ ଦୃଷ୍ଟି କ୍ରମରୁ ସୃଷ୍ଟି ହୁଏ ବୋଲି କୁହାଯାଇ ପାରେ। ଏପରି ବଳୟ ଗୋଟିଏ ବର୍ଷରେ ଶହେରୁ ଅଧିକ ଥର ଘଟିଥାଏ। ଏପରିକି ବେଳେବେଳେ ଚନ୍ଦ୍ରର ଚାରିପାଖରେ ଏପରି ବଳୟ ସୃଷ୍ଟି ହୋଇଥାଏ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































