ଆଠଗଡ ରେଞ୍ଜରଙ୍କ ନାମରେ ଆଠଗଡ ଥାନାରେ ମହିଳା କଲେ ଅଭିଯୋଗ
ଆଠଗଡ ରେଞ୍ଜରଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି ଧାଇପୁର ଗ୍ରାମରେ,ପାରାକର୍ମଚାରି ମଦନମୋହନ ରାଉତ ଙ୍କୁ ଚାକିରୀ ଓ କ୍ୱାର୍ଟର ରୁ ବିଦା କରିବା ପରେ ତାଙ୍କ ସହଧର୍ମିଣୀ ସରୋଜିନୀ ରାଉତ ଙ୍କୁ ସୁଇପର ଚାକିରିରୁ ମଧ୍ୟ ବିଦା କରିଦେଇଛନ୍ତି ଆଠଗଡ ରେଞ୍ଜର,ଲକ ଡାଉନ ବେଳେ ରେଞ୍ଜର ନିଜର ମାନବିକତା ଭୁଲି ଯାଇଥିବା ବେଳେ ଆଜି ମଧ୍ୟାନ ରେ ତିନିଜଣ ଅଜଣା ଯୁବକଙ୍କୁ ନେଇ ଧାଇପୁର ଗ୍ରାମକୁ ଯାଇ ରେଞ୍ଜର ମଦନ ଓ ତାଙ୍କ ସ୍ତ୍ରୀ ସରୋଜିନିକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ,ଏହି ସମୟରେ ମଦନ ଓ ଗ୍ରାମବାସୀ ଚାଲି ଆସିବାରୁ ମହିଳା ରେଞ୍ଜର ଆୟସା ନିଶା ଯୁବକମାନଙ୍କୁ ନେଇ ଚାଲି ଯାଇଥିଲେ,ମଦନଙ୍କ ସ୍ତ୍ରୀ ସରୋଜିନୀ ରାଉତ ନିଜ ତରଫରୁ ଆଜି ସନ୍ଧ୍ୟାରେ ଆଠଗଡ ଥାନାରେ ରେଞ୍ଜର ଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର୍ କରିଛନ୍ତି ଏହି ମହିଳା ।

ଥାନା ଅଧିକାରୀ ମାମଲା ଟିକୁ ରଖି କେସ ରେଜିଷ୍ଟ୍ରେସନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏହି ପରିବାରକୁ। ଆଠଗଡ ମହିଳା ରେଞ୍ଜର ପାରାକର୍ମଚାରିଙ୍କୁ ନିଜର ମାନବିକତା ଭୁଲି ଲକ ଡାଉନ ବେଳେ କ୍ୱାର୍ଟର ରୁ ବିଦା କରିବା ଓ ଚାକିରିରୁ ବାହାର କରିଦେବା ଘଟଣା ସହିତ ଆଠଗଡ ଡିଏଫଓ ଗତବର୍ଷ ସାମ୍ବାଦିକ ମାନଙ୍କୁ ଭିକାରୀ କହିବା ଭଳି ଦକ୍ଷତା ବିହୀନ ବନ କର୍ମଚାରୀ ମାନଙ୍କୁ ତୁରନ୍ତ ଆଠଗଡ ବନଖଣ୍ଡ ରୁ ହଟାଇ ଦେବାପାଇଁ ବନ୍ୟପ୍ରାଣୀବିତ ସଂଗଠନ ମାନେ ଦାବି କରିଛନ୍ତି। ପ୍ରକାଶ ଥାଉକି ଲକ୍ ଡାଉନ୍ ସମୟରେ କୈାଣସି କର୍ମଚାରୀ ଙ୍କୁ ଚାକିରିରୁ ବାହାର କରାନଯିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ମଧ୍ୟ ଏହି ଅଧିକାରୀ ଉକ୍ତ କଥାକୁ ହେଜ୍ଞାନ କରିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































