ଏଟିବିଏନ ସଂଘ ତରଫରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ
ଆଠଗଡ,(ଉଲାପ୍ର) ଉତ୍କଳ ପ୍ରଦେଶ ର ମଉଡ଼ ମଣି ତଥା ଉତ୍କଳର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ ତମ ଜନ୍ମ ଜୟନ୍ତୀ କୁ ସାମାଜିକ ଦୂରତ୍ୱ ରକ୍ଷା କରି ନିରାଡ଼ମ୍ବର ରେ

ଆଠଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପାଳନ କରିଛନ୍ତି କଟକ ଜିଲ୍ଲା ଆଠଗଡ଼ ଏଟିବିଏନ ଓକିଲ ସଂଘର କର୍ମକର୍ତ୍ତା ।

ବରିଷ୍ଠ ଆଇନ ଜୀବୀ ତଥା ସଂଘ ର ସଭାପତି ଫଣୀଭୁସଣ ରଥଙ୍କ ଅଧ୍ୟକ୍ଷତାରେ ମଧୁ ବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରତୁସରୁ ମଧୁସୂଦନ ଙ୍କ ପ୍ରତି ମୂର୍ତ୍ତୀ ରେ ପୁଷ୍ପ ମାଳ ଧୂପ ଦେଇ ଜୟନ୍ତୀ ପାଳନ କରିବା ସହ ସମସ୍ତ ଙ୍କୁ ନିଜେ ଫଣୀଭୁସଣ ରଥ ମାସ୍କ ପିନ୍ଧାଇ କରୋନା ସମ୍ପର୍କରେ ଓକିଲ ମାନଙ୍କୁ ସଚେତନତା କରିଥିଲେ।

Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































